ଚୀନ୍‌କୁ ଆଉ ଏକ ଝଟକା, ‘ବନ୍ଦେ ଭାରତ ଟ୍ରେନ୍’ ଟେଣ୍ଡର ବାତିଲ କଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ଚୀନ୍‌କୁ ଆଉ ଏକ ଝଟକା, ‘ବନ୍ଦେ ଭାରତ ଟ୍ରେନ୍’ ଟେଣ୍ଡର ବାତିଲ କଲେ ସରକାର

ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟକା ଲାଗିଛି। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ‘ବନ୍ଦେ ଭାରତ ଟ୍ରେନ୍’ ପାଇଁ ହୋଇଥିବା ଟେଣ୍ଡର ବାତିଲ କରାଯାଇଛି। ସପ୍ତାହେ ମଧ୍ୟରେ ଏଥିପାଇଁ ନୂଆ ଟେଣ୍ଡର କରାଯିବ। ଆଉ ଏଥିରେ ଭାରତୀୟ କଂପାନୀଙ୍କୁ ଅଗ୍ରାଧିକାର ଦିଆଯିବ।

ଚୀନର ସହଭାଗିଦାରୀ ସିଆରଆରସି ପାଓନିୟର ଇଲେକ୍ଟ୍ରିକ୍ ପ୍ରାଇଭେଟ ଲିମିଟେଡ୍ ଏକମାତ୍ର ବିଦେଶୀ କଂପାନୀ ଭାବେ ଏହି ଟେଣ୍ଡରରେ ସାମିଲ ହୋଇଥିଲା। ତେବେ ଟେଣ୍ଡରରେ ଭାଗ ନେଇଥିବା ୬ ପ୍ରତିଯୋଗୀଙ୍କ ମଧ୍ୟରେ ଏହା ସର୍ବାଗ୍ରେ ରହିଥିଲା। ଏଥିପାଇଁ ଟେଣ୍ଡରକୁ ବାତିଲ କରି ଦିଆଯାଇଛି।

ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୪୪ଟି ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍‌ ଟେଣ୍ଡରକୁ ରଦ୍ଦ କରି ଦିଆଯାଇଛି। ସପ୍ତାହେ ମଧ୍ୟରେ ନୂଆ ଟେଣ୍ଡର ଆହ୍ୱାନ କରାଯିବ ଓ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ।


ଚେନ୍ନାଇ ସ୍ଥିତ ଭାରତୀୟ ରେଳର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ପକ୍ଷରୁ ଜୁଲାଇ ୧୦ରେ ୪୪ଟି ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା। ଏଥିରେ ସିଆରଆରସି ପାଓନିୟର ଇଲେକ୍ଟ୍ରିକ୍ ପ୍ରାଇଭେଟ ଲିମିଟେଡ୍ ସହିତ Bharat Heavy Electricals Ltd, Bharat Industries, Sangrur, Electrowaves Electronics Pvt Ltd, Medha Servo Drives Pvt Ltd, ଓ Powernetics Equipment India Pvt Ltd ଭାଗ ନେଇଥିଲେ।

ସୂଚନାଯୋଗ୍ୟ, ଗଲୱାନ ଘାଟିରେ ଚୀନ୍‌ ସେନାର ଅନୁପ୍ରବେଶ ପରେ ଭାରତ ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ଜାରି ରହିଛି।  ଏହିକ୍ରମରେ ଚୀନ ନିର୍ମିତ ୫୯ଟି ଆପ୍‌କୁ ଭାରତରେ ବ୍ୟାନ୍ କରାଯାଇଛି।

The post ଚୀନ୍‌କୁ ଆଉ ଏକ ଝଟକା, ‘ବନ୍ଦେ ଭାରତ ଟ୍ରେନ୍’ ଟେଣ୍ଡର ବାତିଲ କଲେ ସରକାର appeared first on Odisha Reporter.



from Odisha Reporter https://ift.tt/2QcyAaR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages