ରାଜ୍ୟରେ ଚିହ୍ନଟ ହେଲେ ୨,୮୧୯ କରୋନା ଆକ୍ରାନ୍ତ, ୭୫ ହଜାର ଟପିଲା ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ରାଜ୍ୟରେ ଚିହ୍ନଟ ହେଲେ ୨,୮୧୯ କରୋନା ଆକ୍ରାନ୍ତ, ୭୫ ହଜାର ଟପିଲା ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୨,୮୧୯  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୧୨୮ ଟି ହେଉଛି ଲୋକାଲ୍ କେସ୍‌। ଏହା ସହିତ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୭୫ ହଜାର ଟପି ଯାଇଥିବା ବେଳେ ଆରୋଗ୍ୟ ହାର ମଧ୍ୟ ୫୦ ହଜାର ଟପିଥିବା ଜଣାଯାଇଛି।

ଲଗାତାର କିଛି ଦିନ ଧରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ବେକାବୁ ହୋଇ ଚାଲିଥିବା ବେଳେ ଆଜି ବି ଜିଲ୍ଲା ସର୍ବାଗ୍ରେ ରହିଛି। ଏଠାରେ ଆଜି ୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କଟକରୁ ୨୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରେ ୨୧୯, ଗଞ୍ଜାମରୁ ୧୯୨, ରାୟଗଡ଼ାରୁ ୧୪୭, ସମ୍ବଲପୁରରୁ ୧୪୫, ଢେଙ୍କାନାଳରୁ ୧୦୦, ଯାଜପୁରରୁ ୧୨୦, ବାଲେଶ୍ୱରରୁ ୧୦୫ ଓ ବରଗଡ଼ରୁ ୧୩୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫,୫୩୭ରେ ପହଞ୍ଚିଥିବା ବେଳେ ୫୦, ୫୦୩ ଜଣ ସୁସ୍ଥ ହୋଇ ସାରିଲେଣି।  ୨୪,୫୮୨ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୩୯୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

The post ରାଜ୍ୟରେ ଚିହ୍ନଟ ହେଲେ ୨,୮୧୯ କରୋନା ଆକ୍ରାନ୍ତ, ୭୫ ହଜାର ଟପିଲା ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/31iqvHH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages