ଗର୍ଭବତୀଙ୍କୁ ନେଇ ଯାଉଥିଲା, ରାସ୍ତା ତଳକୁ ଖସି ପଡ଼ିଲା ଆମ୍ବୁଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 21, 2020

ଗର୍ଭବତୀଙ୍କୁ ନେଇ ଯାଉଥିଲା, ରାସ୍ତା ତଳକୁ ଖସି ପଡ଼ିଲା ଆମ୍ବୁଲାନ୍ସ

ସୋର(ଶଶିକାନ୍ତ ବେହେରା): ଜଣେ ଗର୍ଭବତୀ ମହିଳାଙ୍କୁ ଧରି ହସ୍ପିଟାଲ ଯାଉଥିବା ଏକ ଆମ୍ବୁଲାନ୍ସ ଆଜି ଭୋରରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଦ୍ରୁତ ଗତିରେ ଯାଉଥିବା ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିବା ବେଳେ ବିଶେଷ କିଛି କ୍ଷତି ହୋଇ ନ ଥିବା ଜଣାଯାଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା ସୋର-କୁପାରୀ ରାସ୍ତାର କୋଚିଆ କୋଇଲିଠାରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି।

ଖଇରା ବ୍ଲକ ଗଡପୋଖରୀ ଗୁଆପାଳ ଗାଁର ସୁମତି ନାଏକଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଜନନୀ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । ଆମ୍ବୁଲାନ୍ସଟି ସୁମତିଙ୍କୁ ନେଇ ମେଡିକାଲ ଯାଉଥିବାବେଳେ କୁଚିଆକୋଇଲି ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା।  ଏହି ଦୁର୍ଘଟଣାରେ କାହାର ବିଶେଷ କ୍ଷତି ହୋଇ ନ ଥିବା ବେଳେ ଗର୍ଭବତୀଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି। 

The post ଗର୍ଭବତୀଙ୍କୁ ନେଇ ଯାଉଥିଲା, ରାସ୍ତା ତଳକୁ ଖସି ପଡ଼ିଲା ଆମ୍ବୁଲାନ୍ସ appeared first on Odisha Reporter.



from Odisha Reporter https://ift.tt/2QeIHfb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages