ଡାଇବେଟିସ୍ ରୋଗୀ ଏହି ୫ଟି ଫଳଠାରୁ ଦୂରେଇ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 30, 2020

ଡାଇବେଟିସ୍ ରୋଗୀ ଏହି ୫ଟି ଫଳଠାରୁ ଦୂରେଇ ରୁହନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରରେ କୌଣସି ରୋଗର ଲକ୍ଷଣ ଦେଖାଦେଲେ, ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଦୈନନ୍ଦିନ ଡାଏଟ୍‌ରେ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ସେଥିରୁ ଗୋଟିଏ ରୋଗ ହେଉଛି ଡାଇବେଟିସ୍‌। ଡାଇବେଟିସ୍‌ ରୋଗୀ ବ୍ଲଡ୍‌ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ। ତେଣୁ ଯେକୌଣସି ଖାଦ୍ୟ ଖାଇବା ସମୟରେ ଏଥିରେ ଥିବା ଗ୍ଲାଇସେମିକ ଇଣ୍ଡେକ୍ସ ଦେଖିକରି ଏହାକୁ ଡାଏଟ୍‌ରେ ସାମିଲ କରନ୍ତୁ। ଆଜି ଆମେ ଆପଣଙ୍କୁ ୫ଟି ଫଳ ବିଷୟରେ କହିବୁ, ଯାହାକୁ ଡାଇବେଟିସ୍‌ ରୋଗୀ ଖାଇବାଠାରୁ ଦୂରେଇ ରହିବା ଉଚିତ୍। ଆସନ୍ତୁ ଜାଣିବା ସେଗୁଡ଼ିକ ବିଷୟରେ…

୧. ଆମ୍ୱ

ଡାଇବେଟିସ୍ ରୋଗୀ ଆମ୍ୱ ଖାଇପାରିବେ, ହେଲେ ଅଧିକ ଖାଇବା ଦ୍ୱାରା ଶୀରରରେ ବ୍ଲଡ୍‌ ସୁଗାରର ସ୍ତର ବୃଦ୍ଧି ହୋଇଥାଏ। ୧୦୦ ଗ୍ରାମ୍‌ ଆମ୍ୱରେ ପାଖାପାଖି ୧୪ ଗ୍ରାମ୍‌ର ସୁଗାର ରହିଥାଏ। ତେଣୁ ଡାଇବେଟିସ୍‌ ରୋଗୀ ଅଧିକ ଆମ୍ୱ ଖାଇବାଠାରୁ ଦୂରେଇ ରହିବା ଉଚିତ୍‌।

୨. କଦଳୀ

କଦଳୀ ଏକ ଏନର୍ଜି ବୁଷ୍ଟର ଫଳ। ଡାଇବେଟିସ୍ ପାଇଁ ଏହା ଲାଭଦାୟୀ ହୋଇଥିଲେ ମଧ୍ୟ ଗୋଟିଏ ଦିନରେ ଆପଣ କେତୋଟି କଦଳୀ ଖାଉଛନ୍ତି, ତା’ ଉପରେ ଏହା ନିର୍ଭର କରେ। ୧୦୦ ଗ୍ରାମ୍‌ କଦଳୀରେ ୧୨ ଗ୍ରାମ୍‌ର ସୁଗାର ରହିଥାଏ। ତେଣୁ କଦଳୀ ଅଧିକ ଖାଇବା ଦ୍ୱାରା ସୁଗାର ସ୍ତର ବଢ଼ିଯାଏ।

୩. ଲିଚୁ

ଲିଚୁ ପାଟିକୁ ସ୍ୱାଦିଷ୍ଟ ଲାଗୁଥିଲେ ମଧ୍ୟ ଡାଇବେଟିସ୍‌ ରୋଗୀ ଏହାକୁ କମ୍‌ ଖାଆନ୍ତୁ। ୧୦୦ ଗ୍ରାମ୍‌ ଲିଚୁରେ ପାଖାପାଖି ୧୫ ଗ୍ରାମ୍ ସୁଗାର ରହିଥାଏ। ଯଦି ଆପଣ ବ୍ଲଡ୍‌ ସୁଗାର ଲେବୁଲ୍‌କୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି, ତେବେ ଲିଚୁ କମ୍‌ ଖାଆନ୍ତୁ।

୪. ଚେରୀ

ଚେରୀ ଖାଇବାକୁ ମିଠା ଲାଗିଥାଏ। ଡାଇବେଟିସ୍ ରୋଗୀ କମ୍‌ ମାତ୍ରାରେ ଚେରୀ ଖାଆନ୍ତୁ। ଗୋଟିଏ କପ୍‌ ଚେରୀରେ ୧୩ ଗ୍ରାମ୍‌ର ସୁଗାର ରହିଥାଏ। ଚେରୀ ଅଧିକ ଖାଇଲେ ଅଚାନକ ବ୍ଲଡ୍ ସୁଗାର ବୃଦ୍ଧି ହୋଇଥାଏ।

୫. ଅଙ୍ଗୁର

୧୦୦ ଗ୍ରାମ୍‌ ଅଙ୍ଗୁରରେ ପାଖାପାଖି ୪୦ ଗ୍ରାମ୍‌ର ସୁଗାର ରହିଥାଏ। ଡାଇବେଟିସ୍‌ ରୋଗୀ ଅଙ୍ଗୁର ଖାଇପାରିବେ, ହେଲେ ଅଧିକ ଖାଇବା ଠିକ୍‌ ନୁହେଁ।

The post ଡାଇବେଟିସ୍ ରୋଗୀ ଏହି ୫ଟି ଫଳଠାରୁ ଦୂରେଇ ରୁହନ୍ତୁ appeared first on Odisha Reporter.



from Odisha Reporter https://ift.tt/3luB3vy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages