ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମର ୬୮ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସ୍ୱଦେଶୀ ଖେଳନା ଏବଂ କମ୍ପ୍ୟୁଟର ଗେମ୍ ତିଆରି କରିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, ଆତ୍ମନିର୍ଭର ଭାରତ ଅଭିଯାନରେ ଗେମ୍ସ ରହୁ, ଖେଳନା ସେକ୍ଟର ବି ରହୁ। ସମସ୍ତଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ୧୦୦ ବର୍ଷ ପୂର୍ବେ ଗାନ୍ଧିଜୀ କହିଥିଲେ, “ଅସହଯୋଗ ଆନ୍ଦୋଳନ ହେଉଛି ଦେଶବାସୀଙ୍କ ଆତ୍ମସମ୍ମାନ ଏବଂ ନିଜ ଶକ୍ତି ସହ ପରିଚିତ କରାଇବାକୁ ଏକ ପ୍ରୟାସ।”
ଖେଳନା ତିଆରି ପ୍ରତି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏପରି ଖେଳନା ତିଆରି କର, ଯାହାଦ୍ୱାରା ପିଲାଦିନ ଏବଂ ପରିବେଶ ଉଭୟ ହସିବେ। ଆମକୁ ଏଭଳି ଖେଳନା ତିଆରି କରିବା ଆବଶ୍ୟକ, ଯାହା ପରିବେଶ ପ୍ରତି ଅନୁକୂଳ ହୋଇପାରିବ। ଖେଳନା ଆମ ଆକ୍ଟିଭିଟିକୁ ବଢ଼ାଇବା ସହ ଆମ ଆକାଂକ୍ଷାକୁ ମଧ୍ୟ ଉଡାଣ ଦେଇଥାଏ। ପିଲାମାନଙ୍କ ଜୀବନ ଭିନ୍ନ ଭିନ୍ନ ମୋଡ଼ରେ ଖେଳନା ଯେଉଁ ପ୍ରଭାବ ପକାଇଥାଏ, ବିଶେଷ କରି ତା’ଉପରେ ନୂତନ ଶିକ୍ଷାନୀତି ପ୍ରସ୍ତୁତ କଲାବେଳେ ଖୁବ୍ ଧ୍ୟାନ ଦିଆଯାଇଛି ବୋଲି ମୋଦି କହିଛନ୍ତି।
ମୋଦି କହିଛନ୍ତି, ଗ୍ଲୋବାଲ ଟୟ ଇଣ୍ଡଷ୍ଟ୍ରୀର ବ୍ୟବସାୟ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା। ହେଲେ ଏତେ ବଡ଼ ଇଣ୍ଡଷ୍ଟ୍ରୀ ଥାଇ ସୁଦ୍ଧା ଭାରତର ଭାଗ ବହୁତ କମ୍ ରହିଛି। ଆପଣମାନେ ଚିନ୍ତା କରନ୍ତୁ ଯେଉଁ ଦେଶରେ ଏତେ ଐତିହ୍ୟ ରହିଛି, ପରମ୍ପରା ରହିଛି, ବିବିଧତା ରହିଛି, ଏତେ ମାତ୍ରାରେ ଯୁବପିଢ଼ି ରହିଛନ୍ତି, ଖେଳନା ବଜାରରେ ଏଭଳି ଦେଶର ଭାଗ କଣ କମ୍ ରହିବା ଉଚିତ୍? ଆମକୁ କଣ ଭଲ ଲାଗିବ? ଖେଳନା ବଜାର ବହୁତ ବ୍ୟାପକ। ଗୃହ ଶିଳ୍ପ ହେଉ, ଲଘୁ ଶିଳ୍ପ ହେଉ, ଏମଏସଏମି ହେଉ ବା ବଡ଼ ବଡ଼ ଶିଳ୍ପ ତଥା ଘରୋଇ ବ୍ୟବସାୟୀମାନେ ମଧ୍ୟ ଏହା ଅଧୀନରେ ଆସୁଛନ୍ତି। ଏହାକୁ ଆଗକୁ ବଢ଼ାଇବା ଲାଗି ଏକାଠି ହୋଇ ପରିଶ୍ରମ କରିବାକୁ ହେବ ବୋଲି ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ପୁଣି କହିଛନ୍ତି, କରୋନା ଭଳି ଏକ ଚଡ଼କ ସହ ଦେଶବି ବିଭିନ୍ନ ଦିଗରେ ଏକାସହ ଲଢ଼େଇ କରୁଛି। ହେଲେ ଅନେକ ଥର ମନରେ ପ୍ରଶ୍ନ ଆସୁଛି ଯେ, ଏତେ ଲମ୍ବା ସମୟ ଘରେ ଭିତରେ ରହିବାର କାରଣ କଣ? ମୋର ଛୋଟ ଛୋଟ ସାଥିମାନେ ଘରେ ରହି ଏତେ ସମୟ ଅତିବାହିତ କରୁଥିବେ, ତାହା ଆମ ଚିନ୍ତନର ବିଷୟ ଥିଲା। ଏଣୁ ଆମେ ଏ ପ୍ରସଙ୍ଗରେ ମନ୍ଥନ କଲୁ- ଭାରତର ପିଲାମାନଙ୍କୁ ନୂଆ ନୂଆ ଖେଳନା କିପରି ମିଳିପାରିବ? ଖେଳନା ଉତ୍ପାଦନ କ୍ଷେତ୍ରରେ ଭାରତ କିପରି ବଡ଼ ହବ୍ ହୋଇପାରିବ?
ଭାରତରେ ଖେଳନାର ପରମ୍ପରାକୁ ନେଇ ମୋଦି କହିଛନ୍ତି, ଆମ ଦେଶରେ ଲୋକାଲ ଖେଳନାର ବହୁତ ସମୃଦ୍ଧ ପରମ୍ପରା ରହିଛି। ଅନେକ ପ୍ରତିଭାବାନ ଏବଂ କୁଶଳୀ କାରିଗର ମଧ୍ୟ ଅଛନ୍ତି, ଯେଉଁମାନେ ଖେଳନା ତିଆରି କରିବାରେ ମାହିର। ଦେଶର କେତେକ କ୍ଷେତ୍ର ଖେଳା କ୍ଲଷ୍ଟର ଭାବେ ବିକଶିତ ହେଉଛି। କର୍ଣ୍ଣାଟକର ରାମନଗରମରେ ଚନ୍ନାପାଟନା, ଆନ୍ଧ୍ରପ୍ରଦେଶର କୃଷ୍ଣାରେ କୋଣ୍ଡାପଲ୍ଲୀ, ତାମିଲନାଡୁରେ ତଞ୍ଜୋର ଏବଂ ଆସାମରେ
ଧୁବରୀ, ଉତ୍ତରପ୍ରଦେଶ ବାରଣାସୀ ଭଳି ଅନେକ ନାମ ରହିଛି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଲୋକାଲ୍ ଖେଳନା ପାଇଁ ଆମକୁ ଭୋକାଲ୍ ହେବାର ସମୟ ଆସିଛି। ଏହାସହବିଭିନ୍ନ ଭାରତୀୟ ଆପ୍ ବିକଶିତ କରିବାରେ ଯୁବବର୍ଗକୁ ପ୍ରଶଂସା ମୋଦି ପ୍ରଶଂସା ମଧ୍ୟ କରିଛନ୍ତି।
The post ‘ଲୋକାଲ୍ ଖେଳନା ପାଇଁ ଭୋକାଲ୍ ହେବା’ appeared first on Odisha Reporter.
from Odisha Reporter https://ift.tt/3hIlNsP
No comments:
Post a Comment