ଯାଜପୁର(ଗୁଲାମ ଗସ୍) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚଣ୍ଡିଖୋଲ ବଜାରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବଜାରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଏହି କଟକଣା ଲାଗୁ କରାଯାଇଛି।
ଆଜି ଅପରାହ୍ନ ୨ଟାରୁ ୧୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ କଟକଣା ଲାଗୁ କରାଯାଇଛି। ଅଗଷ୍ଟ ୧୫ ତାରିଖରେ ପତାକା ଉତ୍ତୋଳନ ପାଇଁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୩୧ରେ ପହଞ୍ଚିଥିବା ବେଳେ ୧,୪୨୪ଜଣ ସୁସ୍ଥ ହୋଇ ସାରିଲେଣି। ଜିଲ୍ଲାରେ ୪୦୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ କରୋନା ଯୋଗୁ ୩ ଜଣ ଆଖି ବୁଜି ସାରିଲେଣି।
The post ଚଣ୍ଡିଖୋଲ ବଜାରରେ ଲାଗୁ ହେଲା କଣ୍ଟେନମେଣ୍ଟ କଟକଣା appeared first on Odisha Reporter.
from Odisha Reporter https://ift.tt/3gYfgJV
No comments:
Post a Comment