ଚିନ୍ତା ବଢ଼ିଲା, ଆରୋଗ୍ୟର ଦୀର୍ଘ ମାସ ପରେ ପୁଣି କରୋନାରେ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 14, 2020

ଚିନ୍ତା ବଢ଼ିଲା, ଆରୋଗ୍ୟର ଦୀର୍ଘ ମାସ ପରେ ପୁଣି କରୋନାରେ ଆକ୍ରାନ୍ତ

ବେଜିଂ: ମହାମାରୀ କରୋନାକୁ ନେଇ ପୁଣିଥରେ ଚିନ୍ତା ବଢ଼ିଛି। କାରଣ ୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହେବାର ଦୀର୍ଘ ମାସ ପରେ ପୁଣିଥରେ ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଚାଇନାରେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ବିଶ୍ୱର ଚିନ୍ତା ବଢ଼ି ଯାଇଛି।

୨୦୧୯ ଡିସେମ୍ବର ମାସରେ ଚାଇନାର ଯେଉଁ ହୁବେଇ ପ୍ରଦେଶରେ ପ୍ରଥମେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ସେଠାରେ ଜଣେ ୬୮ ବର୍ଷୀୟ ମହିଳାଙ୍କ ଟେଷ୍ଟ ରିପୋର୍ଟ ରବିବାର ପଜିଟିଭ ଆସିଛି। ଦୀର୍ଘ ୬ ମାସ ତଳେ ଏହି ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ।

ସେହିପରି ଏପ୍ରିଲ ମାସରେ କରୋନାରେ ଆକ୍ରାନ୍ତ ହୋଇଥିବା ଶଙ୍ଘାଇର ଜଣେ ବ୍ୟକ୍ତିଙ୍କ ରିପୋର୍ଟ ମଧ୍ୟ ସୋମବାର ପଜିଟିଭ ଆସିଛି। ଏହି ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲେ ହେଁ ସେମାନଙ୍କ ଶରୀରରେ କୌଣସି କରୋନା ଲକ୍ଷଣ ଦେଖା ଯାଇ ନଥିଲା। ଏମାନଙ୍କ ସଂସ୍ପର୍ଶରେ ଆସିଥିବା କୌଣସି ବ୍ୟକ୍ତି ବି କରୋନା ଭାଇରସରେ ସଂକ୍ରମିତ ହୋଇନାହାନ୍ତି। ତଥାପି ଉଭୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି।

ବିଶେଷଜ୍ଞଙ୍କ ମତରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ଆଣ୍ଟିବଡି ରହିଥାଏ। ହେଲେ କିଛି ମାସ ପରେ ଏହା ପୁଣିଥରେ ନିମ୍ନଗାମୀ ହୋଇଯାଉଛି। ତେଣୁ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ପୁଣିଥରେ ଏହି ଭାଇରସ ପଞ୍ଝାରେ ପଡ଼ିବାର ଆଶଙ୍କା ରହୁଛି।

The post ଚିନ୍ତା ବଢ଼ିଲା, ଆରୋଗ୍ୟର ଦୀର୍ଘ ମାସ ପରେ ପୁଣି କରୋନାରେ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3kDtYbL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages