କୋର୍ଟ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ, ସିଜେଆଇଙ୍କୁ କରିଥିଲେ ଅପମାନିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 14, 2020

କୋର୍ଟ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ, ସିଜେଆଇଙ୍କୁ କରିଥିଲେ ଅପମାନିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ପ୍ରଧାନ ବିଚାରପତି ଓ ନ୍ୟାୟପାଳିକା ବିରୋଧରେ ବିବାଦୀୟ ଟ୍ୱିଟ କରି ଅଡ଼ୁଆରେ ଫସିଥିଲେ। ଆଜି କୋର୍ଟ ଏହାର ଶୁଣାଣି କରି ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ବିବେଚନା କରିଛନ୍ତି। ଆସନ୍ତା ୨୦ ତାରିଖରେ ତାଙ୍କୁ ଦଣ୍ଡବିଧାନ କରାଯିବ।

ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ କ୍ରୀଷ୍ଣ ମୁରଲୀ ମାମଲାର ଶୁଣାଣି କରି ତାଙ୍କୁ ଦଣ୍ଡବିଧାନ କରିଛନ୍ତି। ଅଗଷ୍ଟ ୩ରେ ପ୍ରଶାନ୍ତ ଭୂଷଣ ସତ୍ୟପାଠ ଜରିଆରେ ନିଜର ଟ୍ୱିଟ ପାଇଁ କ୍ଷମା ମାଗିଥିଲେ। ହେଲେ ଏହାକୁ କୋର୍ଟ ଗ୍ରହଣ କରି ନଥିଲେ।

ପ୍ରଧାନ ବିଚାପତି ଜଷ୍ଟିସ ଏସଏ ବୋବଡେ ସୁପରବାଇକ ବସିଥିବା ଏକ ଫଟୋ ସୋଶାଲ ମିଡିଆରେ ପ୍ରକାଶ ପାଇଥିଲା। ଏଥିରେ ଜଷ୍ଟିସ ବୋବଡେ ହେଲମେଟ ପିନ୍ଧି ନଥିବାରୁ ପ୍ରଶାନ୍ତ ଭୂଷଣ ବିବାଦୀୟ ବୟାନ ଦେଇଥିଲେ। ତେବେ ବାଇକ ଷ୍ଟାଣ୍ଡରେ ଥିବାରୁ ଏହାକୁ ନେଇ ପ୍ରଶାନ୍ତ ଭୂଷଣ ଆକ୍ଷେପ କରିବା ଘଟଣାକୁ କେହି ବି ସହଜରେ ଗ୍ରହଣ କରିପାରି ନଥିଲେ।

ଏହାକୁ ନେଇ ବିବାଦ ହେବାରୁ ପ୍ରଶାନ୍ତ ଭୂଷଣ ସତ୍ୟପାଠ ଜରିଆରେ କହିଥିଲେ ଯେ ମୁଁ କରିଥିବା କମେଣ୍ଟ ଭୁଲ। କାରଣ ବାଇକଟି ଷ୍ଟାଣ୍ଡରେ ଥିବା ମୁଁ ଦେଖି ପାରି ନଥିଲେ। ଏହି କାରଣରୁ ମୁଁ ହେଲମେଟ ପିନ୍ଧିବା କଥା କହିଥିଲେ। ଏଥିପାଇଁ ଦୁଃଖ ପ୍ରକାଶ କରୁଛି। ତେବେ ଏହି କଥା ବାଦ ମୁଁ ଟ୍ୱିଟରେ ଆଉ ଯାହା କହିଥିଲି, ସେଥିରେ କୌଣସି ଭୁଲ ନାହିଁ। ମୁଁ ମୋ ମନ୍ତବ୍ୟରେ କାଏମ ରହିଛି।

ବର୍ତ୍ତମାନର ପ୍ରଧାନ ବିଚାରପତି ଓ ପୂର୍ବତନ ପ୍ରଧାନ ବିଚାରପତିଙ୍କ ଉପରେ ମୁଁ କରିଥିବା ଟ୍ୱିଟ ଏକ ସୁସ୍ଥ ଆଲୋଚନାର ପରିସର ମଧ୍ୟରେ ଆସୁଛି। ପ୍ରଧାନ ବିଚାରପତିଙ୍କ ସମ୍ପର୍କରେ ମନ୍ତବ୍ୟ ଦେବା ସୁପ୍ରିମକୋର୍ଟର ଅବମାନନା ନୁହେଁ। ଏଭଳି ମନ୍ତବ୍ୟ ନ୍ୟାୟପାଳିକାର ଗାରିମାକୁ କୌଣସି ପ୍ରକାରର କ୍ଷୁଣ୍ଣ କରୁନାହିଁ ବୋଲି ସେ କହିଥିଲେ। ତଥାପି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

The post କୋର୍ଟ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ, ସିଜେଆଇଙ୍କୁ କରିଥିଲେ ଅପମାନିତ appeared first on Odisha Reporter.



from Odisha Reporter https://ift.tt/340aNTG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages