ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 4, 2020

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ମୁମ୍ୱାଇ : ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବିବାଦ ବଢ଼ିବାରେ ଲାଗିଛି। ବିହାର ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଘଟଣାର ମୋଡ଼ ବଦଳି ଯାଇଛି। ନିକଟରେ ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ମାମଲାରେ ଶସ୍ତା ରାଜନୀତି ହେଉଛି କିନ୍ତୁ ସେ ଧୈର୍ଯ୍ୟର ସହିତ କାମ କରୁଛନ୍ତି। ଆଦିତ୍ୟ ଆହୁରି ମଧ୍ୟ କହିଥିଲେ, ‘ସୁଶାନ୍ତଙ୍କ ମୁତ୍ୟୁ ମାମଲାକୁ ନେଇ ମୋତେ ଓ ମୋ ପରିବାର ଉପରକୁ କାଦୁଅ ଫିଙ୍ଗା ଯାଉଛି।’

ଆଦିତ୍ୟଙ୍କର ଏହି ପ୍ରତିକ୍ରିୟା ପରେ କଙ୍ଗନା ରଣୌତ୍‌ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି।

କଙ୍ଗନାଙ୍କ ଡିଜିଟାଲ୍‌ ଟିମ୍‌ ଟ୍ୱିଟ୍‌ କରି ଆଦିତ୍ୟଙ୍କୁ ଲେଖିଛନ୍ତି, ‘ହା ହା, ଦେଖନ୍ତୁ ଡାର୍ଟି ପଲିଟିକ୍ସ ଉପରେ କିଏ କହୁଛି? ଆପଣଙ୍କ ବାପାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସିଟ୍‌ କେମିତି ମିଳିଲା ? ଏହା ବି ଡାର୍ଟି ପଲିଟିକ୍ସ ଉପରେ ଏକ କେସ୍‌ ଷ୍ଟଡି ସାର୍‌। ଏସବୁ ଛାଡ଼ନ୍ତୁ, ଆପଣଙ୍କ ବାପାଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ କିଛି ପ୍ରଶ୍ନ ପଚାରିନିଅନ୍ତୁ। ଏପରି ଟ୍ୱିଟ୍‌ କରି କଙ୍ଗନା ଆଦିତ୍ୟଙ୍କୁ ୭ଟି ପ୍ରଶ୍ନ କରିଛନ୍ତି।

ପ୍ରଥମ ପ୍ରଶ୍ନ- ରିୟା ଚକ୍ରବର୍ତ୍ତୀ ଏବେ କେଉଁଠି ଅଛନ୍ତି ?

ଦ୍ୱିତୀୟ ପ୍ରଶ୍ନ- ସୁଶାନ୍ତଙ୍କ ମୃତ୍ୟୁ ପରେ ମୁମ୍ୱାଇ ପୁଲିସ ଏଫ୍‌ଆଇଆର୍‌ ରେଜିଷ୍ଟର କରିନଥିଲେ କାହିଁକି ?

ତୃତୀୟ ପ୍ରଶ୍ନ- ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ପରିବାର ଲୋକ ଫେବୃଆରୀରେ ମାମଲା ଦାୟର କରିଥିଲେ। ତେବେ ଗୋଟିଏ ଦିନରେ ମୁମ୍ୱାଇ ପୁଲିସ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ କାହିଁକି ଚାହୁଁଛି ?

ଚତୁର୍ଥ ପ୍ରଶ୍ନ- ଆମ ପାଖରେ ଫରେନସିକ୍‌ ଏକ୍ସପର୍ଟସ୍‌ କିମ୍ୱା ସୁଶାନ୍ତଙ୍କ ଫୋନ୍‌ ଡାଟା କାହିଁକି ନାହିଁ ? ଯେଉଁଥିରୁ ଏହା ଜଣାପଡ଼ିବ ଯେ ମୃତ୍ୟୁର ଗୋଟିଏ ସପ୍ତାହ ପୂର୍ବରୁ ସୁଶାନ୍ତ କାହା କାହା ସହିତ ଫୋନ୍‌ରେ କଥା ହୋଇଥିଲେ।

ପଞ୍ଚମ ପ୍ରଶ୍ନ- ବିହାର ଆଇପିଏସ୍‌ ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନ୍‌ ନାମରେ ଲକ୍‌ କରି କାହିଁକି ରଖାଯାଇଛି ?

ଷଷ୍ଠ ପ୍ରଶ୍ନ – ସିବିଆଇ ତଦନ୍ତ କଥା ଉଠିଲେ ଆପଣ ଏତେ ଡ଼ରୁଛନ୍ତି କାହିଁକି ?

ସପ୍ତମ ପ୍ରଶ୍ନ – ରିୟା ଓ ତାଙ୍କ ପରିବାର ଲୋକ ସୁଶାନ୍ତଙ୍କ ଟଙ୍କା କାହିଁକି ଲୁଟିନେଲେ ?

କଙ୍ଗନାଙ୍କ ଡିଜିଟାଲ୍‌ ଟିମ୍‌ ଶେଷରେ ଏକ ଟ୍ୱିଟ୍‌ କରି ଲେଖିଛନ୍ତି, ଏହି ପ୍ରଶ୍ନ ସହିତ ପଲିଟିକ୍ସର କୌଣସି ନେଣଦେଣ ନାହିଁ। ଅନୁରୋଧ କରି ଏହି ପ୍ରଶ୍ନର ଉତ୍ତର ରଖିବେ। ପ୍ରଥମେ ବିଜେପି ନେତା ନାରାୟଣ ରାଣେ ତାଙ୍କ ବୟାନ୍‌ରେ କହିଥିଲେ, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ, ସୁଶାନ୍ତଙ୍କ ଏକ୍ସ-ମ୍ୟାନେଜର ଦିଶା ସାଲିଆନ୍‌ ଆତ୍ମହତ୍ୟା କରିନଥିଲେ ତାଙ୍କୁ ରେପ୍‌ କରି ହତ୍ୟା କରାଯାଇଥିଲା। ରାଣା କହିଥିଲେ କି ମୁମ୍ୱାଇ ପୁଲିସ ଏହି ମାମଲାରେ ହତ୍ୟାକାରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛି।

The post ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ appeared first on Odisha Reporter.



from Odisha Reporter https://ift.tt/3gtaR1C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages