ସଂକ୍ରମଣର ମାତ୍ରା ମାପିବାକୁ ବ୍ରହ୍ମପୁରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 3, 2020

ସଂକ୍ରମଣର ମାତ୍ରା ମାପିବାକୁ ବ୍ରହ୍ମପୁରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲାରେ ସଂକ୍ରମଣର ମାତ୍ରା ମାପିବାକୁ ବ୍ରହ୍ମପୁର ସହରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ସେରୋଲୋଜିକାଲ ସର୍ଭେ ଆରମ୍ଭ କରାଯାଇଛି।

ବ୍ରହ୍ମପୁର ସହରର ୧୦ଟି ସ୍ଥାନରେ ୫ଟି ଟିମ୍ ଦ୍ୱାରା ସର୍ଭେ କରାଯାଉଛି। କରୋନା ସଂକ୍ରମଣ ହେବା ପରେ ଲୋକମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି ପାଇଛି କି ନାହିଁ ସେ ସମ୍ପର୍କରେ ବି ତଥ୍ୟ ସଂଗ୍ରହ କରାଯିବ। ଏହାସହ ହାଇରିସ୍କ ଓ କମ୍ୟୁନିଟିରେ ୨୫୦୦ ସାମ୍ପଲ ସଂଗ୍ରହ କରାଯିବ। RMRC ଓ ବ୍ରହ୍ମପୁର ମହାନଗର ନିଗମର ମିଳିତ ଉଦ୍ୟମରେ ଏହି ସର୍ଭେ କରାଯାଉଛି।

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ବିଶେଷ କରି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୩୨୩ ପହଞ୍ଚିଥିବା ବେଳେ  ୭,୫୨୪ ଜଣ ସ୍ଥୁସ୍ଥ ହୋଇଛନ୍ତି। ୩୮୬ ଜଣ ବିଭିନ୍ନ କୋଭିନ୍ନ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ୧୦୬ ଜଣ କରୋନାରେ ମୃତ୍ୟୁ ଘଟିଛି।

The post ସଂକ୍ରମଣର ମାତ୍ରା ମାପିବାକୁ ବ୍ରହ୍ମପୁରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ appeared first on Odisha Reporter.



from Odisha Reporter https://ift.tt/2DqA5PA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages