କରୋନା ଆରୋଗ୍ୟରେ ରେକର୍ଡ: ଦିନକରେ ୫୬ ହଜାରରୁ ଅଧିକ ସୁସ୍ଥ, ୬୧ ହଜାର ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 12, 2020

କରୋନା ଆରୋଗ୍ୟରେ ରେକର୍ଡ: ଦିନକରେ ୫୬ ହଜାରରୁ ଅଧିକ ସୁସ୍ଥ, ୬୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଆକ୍ରାନ୍ତଙ୍କ ଭଳି ଏବେ ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ରେକର୍ଡ ପରେ ରେକର୍ଡ କରି ଚାଲିଛି। ମଙ୍ଗଳବାର ରେକର୍ଡ ୫୬ ହଜାରରୁ ଅଧିକ ଲୋକ ସୁସ୍ଥ ହେବା ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଛି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ସୁସ୍ଥ ହୋଇ ନଥିଲେ। ତେବେ ଗତକାଲି ସବୁ ରେକର୍ଡ ଭାଙ୍ଗି ଯାଇଛି।

ସେହିପରି ୨୪ ଘଣ୍ଟାରେ ପ୍ରାୟ ୬୧ ହଜାର ଲୋକ କରୋନାରେ ସଂକ୍ରମିତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩ ଲକ୍ଷ ପାର କରି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୦,୯୬୩ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩,୨୯,୬୩୯କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ କରୋନା ୮୩୪ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୬,୦୯୧ ଛୁଇଁଛି।

ଆଶ୍ୱସ୍ତକର କଥା ହେଉଛି, ଦିନକରେ ରେକର୍ଡ ୫୬,୧୧୦ ଜଣ ଲୋକ କରୋନା ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୬,୩୯,୫୯୯ରେ ପହଞ୍ଚି ଯାଇଛି। ଏବେ ଆକ୍ଟିଭ କେସ ସଂଖ୍ୟା ୬,୪୩,୯୪୮ ରହିଛି। ଏହାର ଅର୍ଥ ଦେଶରେ ଆରୋଗ୍ୟ ହାର ୭୦.୩୭%ରେ ପହଞ୍ଚି ଯାଇଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରେକର୍ଡ ୭,୩୩,୪୪୯ଟି ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଦେଶରେ ଗତକାଲି ମଧ୍ୟରାତ୍ର ସୁଦ୍ଧା ମୋଟ ୨,୬୦,୧୫,୨୯୭ଟି ନମୁନା ପରୀକ୍ଷା କରାଯାଇଛି।

The post କରୋନା ଆରୋଗ୍ୟରେ ରେକର୍ଡ: ଦିନକରେ ୫୬ ହଜାରରୁ ଅଧିକ ସୁସ୍ଥ, ୬୧ ହଜାର ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/31J7PzV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages