ଚୋରି କରିବାକୁ ଆସିଥିଲେ, ନାଳରେ ଫସି ଗଲା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 2, 2020

ଚୋରି କରିବାକୁ ଆସିଥିଲେ, ନାଳରେ ଫସି ଗଲା ଗାଡ଼ି

କାମାକ୍ଷାନଗର (ବିଦ୍ୟାଧର ବରାଳ): ଚୋରି କରିବାକୁ ମଦ ଦୋକାନ ଯାଇଥିଲେ। ମନ ଭରି ଚୋରି ବି କରିଥିଲେ। ହେଲେ  ସବୁ ଫସର ଫାଟିଗଲା। ଚୋରି କରି ଫେରାର ହେଉଥିବା ସମୟରେ ନାଳରେ ଫସି ଗଲା ଗାଡ଼ି। ଶେଷରେ ଚୋରମାନେ ଚୋରି ଜିନିଷ ଓ ଗାଡ଼ି ଛାଡ଼ି ସେଠାରୁ ଚମ୍ପଟ ମାରିଲେ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ-୨ ରେ ଥିବା ପ୍ରତାପ ଚନ୍ଦ୍ର ରାଉତଙ୍କ ବିଦେଶୀ ମଦ ଦୋକାନରେ କିଛି ଲୁଟେରା ପଶିଥିଲେ। ଦୋକାନରେ ଥିବା ବିପୁଳ ପରିମାଣର ମଦ, ଟଙ୍କା ଓ ଲାପଟପ୍‌ ଚୋରି କଲେ। ଏହାପରେ ଚୋରମାନେ ଆଣିଥିବା ଇଣ୍ଡିଗୋ ଗାଡ଼ିରେ ଚୋରି ସାମଗ୍ରୀ ଲଦି ସେଠାରୁ ଚମ୍ପଟ ମାରିବାକୁ ବାହାରିଥିଲେ। ହେଲେ  ଦୁର୍ଭାଗ୍ୟବଶଃତ ଗାଡ଼ିଟି ମଦ ଦୋକାନ ସମ୍ମୁଖରେ ଥିବା ନାଳରେ ଫସି ଯାଇଥିଲା।। ଫଳରେ ଚୋରମାନେ ଗାଡି, ମଦ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିଲେ।

ଆଜି ସକାଳେ ମଦ ଦୋକାନର ଜଣେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏହା ଦେଖି ପୁଲିସକୁ ଜଣାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ କେତେଜଣ ଓ କେଉଁଠୁ ଚୋରି କରିବାକୁ ଆସିଥିଲେ ସେ ସମ୍ପର୍କରେ ଖୋଳତାଡ଼ କରୁଛି ପୁଲିସ୍‌।

The post ଚୋରି କରିବାକୁ ଆସିଥିଲେ, ନାଳରେ ଫସି ଗଲା ଗାଡ଼ି appeared first on Odisha Reporter.



from Odisha Reporter https://ift.tt/2EAOvwT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages