ମୁମ୍ୱାଇ: ଅଭିନେତା ଅନୁପମ ଶ୍ୟାମଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ କିଡ୍ନୀରେ ସମସ୍ୟା ଦେଖାଦେଇଛି। ତେବେ ଅର୍ଥାଭାବରୁ ଉତ୍ତମ ଚିକିତ୍ସା ହୋଇପାରୁ ନଥିବାରୁ ତାଙ୍କ ଭାଇ ଅନୁରାଗ ଶ୍ୟାମ ସାହାଯ୍ୟ ମାଗିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁପମଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ସେ ଅନୁପମଙ୍କୁ ୨୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି। ଏକ ଟ୍ୱିଟ୍ ମାଧ୍ୟମରେ ଅଭିନେତା ମନୋଜ ଜୋଶୀ ଏହି ସୂଚନା ଦେଇ ଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମନୋଜ ଲେଖିଛନ୍ତି, ଅନୁପମ ଶ୍ୟାମ୍ଙ୍କର ଚିକିତ୍ସା ପାଇଁ ମାନନୀୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି। ମୁଁ ହୃଦୟରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଅନୁପମ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।
ଏହା ପୂର୍ବରୁ ସୋନୁ ସୁଦ୍ ଓ ମନୋଜ ବାଜପେୟୀଙ୍କ ଭଳି ଅଭିନେତା ଅନୁପମଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ସୋନୁ କହିଥିଲେ, ଅନୁପମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜାଣିବା ପାଇଁ ତାଙ୍କ ଟିମ୍ ହସ୍ପିଟାଲ ଅଧିକାରୀଙ୍କ ସହିତ ଲଗାତାର ସମ୍ପର୍କ କରୁଛନ୍ତି। ସେହିପରି ମନୋଜ ବାଜପେୟୀ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ।
ଅନୁପମଙ୍କ ଭାଇ ଅନୁରାଗ ଶ୍ୟାମଙ୍କ କହିବା ଅନୁସାରେ ତାଙ୍କର କିଡ୍ନୀ ସମସ୍ୟା ରହିଥିଲା କିନ୍ତୁ ଅର୍ଥ ଅଭାବରୁ ସେ ଚିକିତ୍ସା କରିପାରୁ ନଥିଲେ। ଅନେକ ଦିନ ଧରି ଅନୁପମ କାମ ମଧ୍ୟ କରିନାହାନ୍ତି। ବହୁତ କଷ୍ଟରେ ୧୦ ଦିନ ପୂର୍ବରୁ ତାଙ୍କର ଡାୟଲସିସ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ମୁମ୍ୱାଇ ଗୋରଗାଁଓରେ ଥିବା ଲାଇଫ୍ଲାଇନ୍ ହସ୍ପିଟାଲରେ ଆଡମିଟ୍ କରାଯାଇଛି।
ଅନୁପମ ଉଭୟ ଫିଲ୍ମ ଓ ଟିଭି ସିରିଏଲ୍ରେ ଅଭିନୟ କରିଛନ୍ତି। ଲୋକପ୍ରିୟ ଧାରାବାହିକ ‘ମନ୍ କୀ ଆୱାଜ୍ ପ୍ରତିଜ୍ଞା’ରେ ଠାକୁର ସଜ୍ଜନ ସିଂହ ଚରିତ୍ରରେ ଅଭିନୟ କରି ସେ ବହୁ ପ୍ରଶଂସା ସାଉଁଟିଥିଲେ। ଏହାପରେ ସେ ‘ଅମରାବତୀ କି କଥାୟେଁ’, ‘ହମ୍ ନେ ଲି ହୈ ଶପଥ୍’, ‘କ୍ୟୁଁକି ଜୀନା ଇସି କା ନାମ୍ ହୈ’ ଓ ‘ଡୋଲି ଅର୍ମାନୋ କି’ ଭଳି ସୁରିଏଲ୍ରେ କାମ କରିଛନ୍ତି। ଏସବୁ ବ୍ୟାତୀତ ସେ ‘ଦସ୍ତକ’, ‘ଦୁଶ୍ମନ୍’, ‘କଚ୍ଚେ ଧାଗେ’, ‘ପାପ୍’, ‘ଜଖମ୍’, ‘ଗୋଲ୍ମାଲ୍’, ‘ହଲ୍ଲା ବୋଲ୍’, ‘ହଜାରୋଁ ଖ୍ୱାୟିଶେଁ ଐସି’, ‘ଲଗାନ୍’, ‘ପରଜାନିଆ’ ଓ ‘ୱାଣ୍ଟେଡ୍’ ଭଳି ଫିଲ୍ମରେ ମଧ୍ୟ କାମ କରିଛନ୍ତି।
The post ଅନୁପମଙ୍କ ଚିକିତ୍ସା ପାଇଁ ଯୋଗୀ ଦେଲେ ୨୦ ଲକ୍ଷ appeared first on Odisha Reporter.
from Odisha Reporter https://ift.tt/3i2b6AS
No comments:
Post a Comment