ବାଚସ୍ପତି ଓ ଦୁଇ ବିଧାୟକଙ୍କୁ କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

ବାଚସ୍ପତି ଓ ଦୁଇ ବିଧାୟକଙ୍କୁ କରୋନା

ଚଣ୍ଡିଗଡ଼: ମହାମାରୀ କରୋନା ଭାଇରସ ଏବେ ଜଣଙ୍କ ଜଣେ ରାଜନେତାଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି। ଏହିକ୍ରମରେ ଆଜି ହରିଆଣା ବିଧାନସଭା ବାଚସ୍ପତି ଜ୍ଞାନ ଚାନ୍ଦ ଗୁପ୍ତା ଓ ଦୁଇ ଜଣ ବିଧାୟକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏ ସମ୍ପର୍କରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ଭିଜ ସୂଚନା ଦେଇଛନ୍ତି। ଅଗଷ୍ଟ ୨୬ରୁ ହରିଆଣା ବିଧାନସଭାର ମୌସୁମୀ ଅଧିବେଶନ ବସିବାର ଥିଲା।

ତେବେ ଏହା ପୂର୍ବରୁ ହିଁ ବାଚସ୍ପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ଉପ ବାଚସ୍ପତି ରଣବୀର ଗଙ୍ଗୱା ହିଁ ଗୃହକୁ ୨୬ ତାରିଖରୁ ପରିଚାଳନା କରିବେ। ବିଧାନସଭା କାର୍ଯ୍ୟକାଳ ଆରମ୍ଭ ପୂର୍ବରୁ ହରିଆଣା ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବାଚସ୍ପତିଙ୍କ ଯାଏ ସମସ୍ତଙ୍କର କରୋନା ଟେଷ୍ଟ କରାଯିବ ବୋଲି ଏଥିରେ କୁହାଯାଇଥିଲା। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ, ସେମାନେ ହିଁ ଗୃହରେ ପ୍ରବେଶ ପାଇଁ ଅନୁମତି ପାଇବେ। କେବଳ ନେତାମାନଙ୍କର ନୁହେଁ, ବିଧାନସଭା କାର୍ଯ୍ୟରେ ସାମିଲ ହେବାକୁ ଥିବା ସମସ୍ତ ଅଫିସରଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା।

The post ବାଚସ୍ପତି ଓ ଦୁଇ ବିଧାୟକଙ୍କୁ କରୋନା appeared first on Odisha Reporter.



from Odisha Reporter https://ift.tt/32hwlZr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages