ମିଳିଲା ଅନୁମତି, ବିନା ଶ୍ରଦ୍ଧାଳୁରେ ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 25, 2020

ମିଳିଲା ଅନୁମତି, ବିନା ଶ୍ରଦ୍ଧାଳୁରେ ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା

କଟକ(ଓଡ଼ିଶା ରିପୋର୍ଟର):  ବହୁ ବାଦ ବିବାଦ ପରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥର କଟକ ମଣ୍ଡପଗୁଡିକରେ ଦୁର୍ଗାପୂଜା  ପାଇଁ ଅନୁମତି ମିଳିଛି।  ହେଲେ ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ । ବିନା ଶ୍ରଦ୍ଧାଳୁରେ ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାର୍ବଜନୀନ ପୂଜାକୁ ଅନୁମତି ଦିଆଯାଇନି । ଶ୍ରଦ୍ଧାଳୁଙ୍କ ବିନା ବିଭିନ୍ନ ମଣ୍ଡପରେ ପୂଜା ପାଇପାରିବେ ମା’ ଦୁର୍ଗା  । ମନ୍ଦିରରେ ପୂଜା ଭଳି ମଣ୍ଡପରେ ବି ପୂଜା ପାଇପାରିବେ ମୃଣ୍ମୟୀ ପ୍ରତିମା ଚଳିତବର୍ଷ ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜା ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।

ସୂଚନାଯୋଗ୍ୟ, କରୋନାର ଦ୍ରୁତ ସଂକ୍ରମଣକୁ ଆଖି ଆଗରେ ରଖି ଚଳିତ ବର୍ଷ ମଣ୍ଡପରେ ଗଣେଶ ପୂଜାକୁ ବନ୍ଦ କରି ଦିଆଯାଇଥିବା ବେଳେ ଦୁର୍ଗା ପୂଜା  ଆୟୋଜନକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ମୁଖ୍ୟତଃ ସିଲଭର ସିଟି କଟକର ଶହ ଶହ ବର୍ଷର ଏହି ପରମ୍ପରା ବଜାୟ ରଖିବା ନିମନ୍ତେ ହାଇକୋର୍ଟରେ ମଧ୍ୟ ଆବେଦନ କରାଯାଇଥିଲା।

ପ୍ରଥମେ ଏଥିନିମନ୍ତେ ଅରାଜି ଥିବା  କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ   ଗଣେଶ ପୂଜା ପରି ଚଳିତବର୍ଷ କଟକରେ କୌଣସି ମଣ୍ଡପରେ  ଦୁର୍ଗାପୂଜା ହେବନି । ଲୋକମାନେ ଚାହିଁଲେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ ବୋଲି କହିଥିଲେ। 

ଏହାପରେ ଏନେଇ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ଏନେଇ ହାଇକୋର୍ଟରେ ଆବେଦନ ହୋଇଥିଲା।  ଏଠାରେ ୫ ଶହ ବର୍ଷ ହେଲାଣି ଦୁର୍ଗାପୂଜା ଚାଲି ଆସିଛି। ଏ ବର୍ଷ ଯଦି ପୂଜା କରାନଯାଏ ତେବେ ଏହି ପରମ୍ପରା ଭଙ୍ଗ ହୋଇଯିବ। ପରମ୍ପରା ରକ୍ଷା ପାଇଁ କୋଭିଡ୍‌ କଟକଣା ପାଳନ କରି ପୂଜା କରିବାକୁ ପୂଜା କରିବାକୁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଇଥିଲା କଟକ ବାଲୁବଜାର ପୂଜା କମିଟି।

 ଏହାପରେ ଆଜି ଜିଲ୍ଲାପାଳ କଟକରେ ଦୁର୍ଗା ପୂଜାକୁ ଅନୁମତି ଦେଇଛନ୍ତି।  ଶ୍ରଦ୍ଧାଳୁଙ୍କ ବିନା  ମଣ୍ଡପରେ ପୂଜା ପାଇପାରିବେ ମା’ ଦୁର୍ଗା  ।  ମନ୍ଦିର ପରି ମଣ୍ଡପରେ ବି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି।   ଏହି ଖବର ପ୍ରଚାରିତ ହେବା ପରେ   ଶ୍ରଦ୍ଧାଳୁମାନେ ବହୁ ଖୁସି ଥିବା ଜଣାଯାଇଛି। 

The post ମିଳିଲା ଅନୁମତି, ବିନା ଶ୍ରଦ୍ଧାଳୁରେ ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା appeared first on Odisha Reporter.



from Odisha Reporter https://ift.tt/2YzoPYQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages