୩୦% କମିଲା ସିଲାବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 26, 2020

୩୦% କମିଲା ସିଲାବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ପାଇଁ ପ୍ରାୟ ୬ ମାସରୁ ଊର୍ଦ୍ଧ୍ୱ ହେବ ପିଲାମାନେ ସ୍କୁଲ ଯାଇପାରୁ ନ ଥିବା ବେଳେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ଏପରି ସ୍ଥିତିରେ ଚଳିତ ବର୍ଷ  ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ  ପର୍ଯ୍ୟନ୍ତ ସିଲାବସ୍‌କୁ ୩୦%  ହ୍ରାସ କରାଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

୩ଟି କମିଟିର ସୁପାରିସ ଆଧାରରେ ସିଲାବସ୍‌କୁ ହ୍ରାସ କରାଯାଇଛି। ନୂଆ ସିଲାବସ୍ ବୋର୍ଡ, CHSE, SCERT  ୱେବସାଇଟରେ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।

ସୂଚନାଯୋଗ୍ୟ, କରୋନା ଭୟାବହତା ଯୋଗୁ ଦୀର୍ଘ ଦିନ ହେଲା ସ୍କୁଲ, କଲେଜ ବନ୍ଦ ରହିଛି। ଏହା କେବେ ଖୋଲିବ ତାହା ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ଏପରି ସ୍ଥିତିରେ ପିଲାଙ୍କ ପାଠପଢ଼ା ଠିକ୍‌ ଭାବେ ହୋଇପାରୁ ନ ଥିବା ବେଳେ ସିଲାବସ୍‌ ହ୍ରାସ ନିମନ୍ତେ ଅଭିଭାବକମାନେ ଦାବି କରି ଆସୁଥିଲେ।ଏ ଦିଗରେ ବିଚାର, ବିମର୍ଶ ପରେ ସିଲାବସ୍‌କୁ ୩୦%   କମାଇ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ।

The post ୩୦% କମିଲା ସିଲାବସ୍‌ appeared first on Odisha Reporter.



from Odisha Reporter https://ift.tt/3aXMuqX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages