ୟୁଜି, ପିଜି ପରୀକ୍ଷା ସୁନିଶ୍ଚିତ: ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 28, 2020

ୟୁଜି, ପିଜି ପରୀକ୍ଷା ସୁନିଶ୍ଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଣ୍ଡର ଗ୍ରାଜୁଏଟ (ୟୁଜି) ପୋଷ୍ଟ ଗ୍ରାଜୁଏଟ (ପିଜି) ଫାଇନାଲ ପରୀକ୍ଷା ବାବଦରେ ଦେଶର ସର୍ବୋଚ୍ଚ ଅଦାଲତ ଆଜି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, କଲେଜ/ ବିଶ୍ୱବିଦ୍ୟାଳୟର ଫାଇନାଲ ପରୀକ୍ଷା ବିନା ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇପାରିବ ନାହିଁ। ଏଣୁ ୟୁଜିସି ଧାର୍ଯ୍ୟ ଜୁଲାଇ ୬ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି।

ସେପ୍ଟେମ୍ୱର ୩୦ ସୁଦ୍ଧା ୟୁଜି/ପିଜି ପରୀକ୍ଷା ଶେଷ କରିବାକୁ ଜୁଲାଇ ୬ରେ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଓଡ଼ିଶା ସମେତ ଅନେକ ରାଜ୍ୟ ଏବଂ ଛାତ୍ରଛାତ୍ରୀ କୋଭିଡ୍-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରିଥିଲେ। ଏନେଇ ସର୍ବୋଚ୍ଚ ଅଦାଲତ ଆଜି ରାୟ ପ୍ରକାଶ କରିଛନ୍ତି।

ସୁପ୍ରିମକୋର୍ଟ ନିଜ ରାୟରେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ରାଜ୍ୟଗୁଡ଼ିକ ୟୁଜିସି ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ୱର ୩୦ ସୁଦ୍ଧା ପରୀକ୍ଷା ଆୟୋଜନ କରିବାରେ ଅସମର୍ଥ ଅଟନ୍ତି, ସେହି ରାଜ୍ୟଗୁଡ଼ିକ ୟୁଜିସିଠାରୁ ପରାମର୍ଶ ନେଇ ନିଜ ପରିସ୍ଥିତି ମୁତାବକ ୟୁଜି/ପିଜି ପରୀକ୍ଷା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିପାରିବେ। ତେବେ ବିପର୍ଯ୍ୟୟ ପରିଚାଳନା ଆଇନ୍ ଅନୁଯାୟୀ ରାଜ୍ୟଗୁଡ଼ିକ ସାମ୍ପ୍ରତିକ କୋଭିଡ୍ ସଙ୍କଟକୁ ଦୃଷ୍ଟିରେ ରଖି ପରୀକ୍ଷା ସାମୟିକ କାଳ ପାଇଁ ସ୍ଥଗିତ କରିପାରିବେ, କିନ୍ତୁ ସମ୍ପୂର୍ଣ୍ଣ ବାତିଲ କରିପାରିବେ ନାହିଁ। ଏଣୁ ୟୁଜିସି ନିଷ୍ପତ୍ତି କ୍ରମେ ପରୀକ୍ଷା ବିନା ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରିବା ଅସମ୍ଭବ।

ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୁମ୍ରିମକୋର୍ଟଙ୍କ ସମ୍ପୂର୍ଣ୍ଣ ରାୟ ହସ୍ତଗତ ହେବା ପରେ ବିଚାରବିମର୍ଶ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

The post ୟୁଜି, ପିଜି ପରୀକ୍ଷା ସୁନିଶ୍ଚିତ: ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/2QAubhO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages