ସିବିଆଇ ଅଫିସରେ ପୁଣିଥରେ ରିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 27, 2020

ସିବିଆଇ ଅଫିସରେ ପୁଣିଥରେ ରିଆ

ମୁମ୍ୱାଇ : ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାରେ ଆଜି ପୁଣିଥରେ ସିବିଆଇ ନିକଟରେ ହାଜର ହୋଇଛନ୍ତି ବାନ୍ଧବୀ ରିଆ ଚକ୍ରବର୍ତ୍ତୀ। ସିବିଆଇ ଯାଞ୍ଚକୁ ଆଜି ଆଠ ଦିନ ପୂରଣ ହୋଇଛି।

ସିବିଆଇର ସମନ ପାଇବା ମାମଲାର ମୁଖ୍ୟ ଅଭିଯୁକ୍ତ ଭାବରେ ରିଆ ଚକ୍ରବର୍ତ୍ତୀ DRDO ଗେଷ୍ଟ ହାଉସରେ ସିବିଆଇ ନିକଟରେ ପହଞ୍ଚିଛନ୍ତି। ରିଆଙ୍କୁ ପଚରାଉଚରା ଜାରି ରହିଛି।

ଗୁରୁବାର ସିବିଆଇ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ୧୪ ଘଣ୍ଟା ଧରି ମାରାଥନ୍‌ ଜେରା କରିଥିଲା। ସେହିପରି ଗତକାଲି ରିଆଙ୍କ ବାପା ଇନ୍ଦ୍ରଜିତ୍‌ ଚକ୍ରବର୍ତ୍ତୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପଚରାଉଚରା କରିଥିଲା।

ଅନ୍ୟପଟେ ଗତକାଲି ନ୍ୟୁଜ୍‌ ଚାନେଲ୍‌ ଆଜତକ୍‌କୁ ଦେଇଥିବା ଇଣ୍ଟରଭ୍ୟୁରେ ରିଆ ନିଜକୁ ନିର୍ଦ୍ଦୋଷୀ ବୋଲି କହି ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୧୪ ତାରିଖ ଦିନ ସୁଶାନ୍ତଙ୍କ ମୃତ୍ୟୁ ପରେ ସେଠାରେ ଉପସ୍ଥିତ ଥିବା ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ, ମ୍ୟାନେଜର ସାମୁଏଲ ମିରାଣ୍ଡା, ନିରଜ, କେଶବ ଓ ଦିପେଶଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିବ। ଆଗାମୀ ଦିନରେ ରିଆ ଓ ସିଦ୍ଧାର୍ଥ ପିଠାନୀଙ୍କୁ ସିବିଆଇ ମୁହାମୁହିଁ ଜେରା କରିବାର ସମ୍ଭାବନା ରହିଛି।

The post ସିବିଆଇ ଅଫିସରେ ପୁଣିଥରେ ରିଆ appeared first on Odisha Reporter.



from Odisha Reporter https://ift.tt/3b0Y04M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages