ଚୋର ଧରିବାକୁ ଯାଇ ହଟହଟା ହେଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 6, 2020

ଚୋର ଧରିବାକୁ ଯାଇ ହଟହଟା ହେଲା ପୁଲିସ୍‌

କୋଣାର୍କ(ସଞ୍ଜୟ ପତି): ଅଭିଯୁକ୍ତକୁ ଧରିବାକୁ ଯାଇ ହଟହଟା ହେଲା ପୁଲିସ୍‌ । ପୁରୀ ଜିଲ୍ଲା ଗୋପ ଥାନାର ୨ ଏସ୍‌ଆଇଙ୍କ ସମେତ ୧୦ ପୁଲିସ୍‌ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ। ଏପରି ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ ରେଢୁଆ ଗାଁରେ।

ସୂଚନା ଅନୁଯାୟୀ, ଏକ ଚୋରି ଘଟଣାର ତଦନ୍ତ କରିବାକୁ ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଗୋପ ଥାନାର ଦୁଇ ଜଣ ଏଏସଆଇଙ୍କ ସମେତ ୧୦ ପୁଲିସ୍‌ କର୍ମଚାରୀ ମହଲାପଡା ପଞ୍ଚାୟତର ରେଢୁଆ ଗ୍ରାମକୁ ଯାଇଥିଲେ। ମାତ୍ର ତାହା ଏକ ମିଥ୍ୟା ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ କ’ଣ ପାଇଁ ଏତେ ରାତିରେ ଗାଁକୁ ଆସିଛି କହି ଉତ୍ତ୍ୟକ୍ତ ଲୋକେ ୨ଟି ପୁଲିସ୍‌ ଜିପ୍‌କୁ ଅଟକ ରଖିଥିଲେ। ଗାଁର ମହିଳାଙ୍କ ସମେତ ଶତାଧିକ ଲୋକେ ପୁଲିସ୍‌ର ଦୁଇଟି ଗାଡିକୁ ଦୀର୍ଘ ୬ ଘଣ୍ଟା ଧରି ଅଟକ ରଖିଥିଲେ।

ଖବର ପାଇ ଆଜି ସକାଳୁ ନିମାପଡା ଏସଡିପିଓ ପ୍ରଦୀପ କୁମାର ଦଳେଇଙ୍କ ସମେତ କୋଣାର୍କ , ନିମାପଡା, କାକାଟପୁର ଥାନା ଆଇସି ଓ ଏକ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏସଡିପିଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ଅଟକ ପୁଲିସ୍‌ କର୍ମଚାରୀଙ୍କୁ ଛାଡିଥିଲେ।

ପୁଲିସ୍‌ କର୍ମଚାରୀଙ୍କୁ ଅଟକ ରଖିଥିବା ଗ୍ରାମବାସୀଙ୍କ ବିରୋଧରେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ବେଳେ  ଏହାକୁ ନେଇ ଆଲୋଚନା କିନ୍ତୁ ଜୋର ଧରିଛି।

The post ଚୋର ଧରିବାକୁ ଯାଇ ହଟହଟା ହେଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/3fCCjbZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages