ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ମୁମ୍ବାଇ ଆସିଥିବା ବିହାର କ୍ୟାଡରର ଆଇପିଏସ୍ ଅଫିସର ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନ୍ରୁ ମୁକ୍ତ କରି ଦିଆଯାଇଛି। ବିହାର ପୁଲିସ୍ର ଅନୁରୋଧକ୍ରମେ ବ୍ରିହାନମୁମ୍ବାଇ ମହାନଗର ନିଗର (ବିଏମ୍ସି) ତାଙ୍କୁ ୫ ଦିନର କ୍ୱାରେଣ୍ଟାଇନ୍ ପରେ ଛାଡ଼ି ଦେଇଛି। ତେବେ ବିନୟ ତିୱାରୀ ତାଙ୍କ ରିଟର୍ଣ୍ଣ ଟିକେଟ୍ ଦେଖାଇବା ପରେ ଯାଇ ତାଙ୍କୁ କ୍ୱାରେଣ୍ଟାଇନ୍ରୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲା ବିଏମ୍ସି। ତେବେ ଏନେଇ ବିଏମ୍ସି ପକ୍ଷରୁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ସେ ଅଗଷ୍ଟ ୮ ତାରିଖ ଅର୍ଥାତ୍ ଶୁକ୍ରବାର ପରେ ମହାରାଷ୍ଟ୍ର ଛାଡ଼ି ଯାଇ ପାରିବେ। ସେ ବିମାନ ବନ୍ଦର ପର୍ଯ୍ୟନ୍ତ ପ୍ରାଇଭେଟ୍ ଗାଡ଼ିରେ ଯିବେ ଓ ସମସ୍ତ ଏସ୍ଓପିକୁ ପାଳନ କରିବେ।
ସୂଚନାଯୋଗ୍ୟ, ସୁଶାନ୍ତଙ୍କ ସିଂହ ରାଜପୁତଙ୍କ ବାପା କେ.କେ ସିଂହ ପାଟନାରେ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୫ ଜଣଙ୍କ ନାଁରେ ଏତଲା ଦେବା ପରେ ସେଠାକାର ଏକ ପୁଲିସ୍ ଟିମ୍ ଘଟଣାର ତଦନ୍ତ ପାଇଁ ମୁମ୍ବାଇ ଆସିଥିଲେ। ସେମାନଙ୍କୁ ମୁମ୍ବାଇ ପୁଲିସ୍ର ସହଯୋଗ ମିଳି ନଥିବା ବେଳେ ଆଇପିଏସ୍ ବିନୟ ତିୱାରୀ ଏହି ଟିମ୍ରୁ ନେତୃତ୍ୱ ନେବାକୁ ଆସିଥିବା ବେଳେ ତାଙ୍କୁ ବିଏମ୍ସି ପକ୍ଷରୁ ଜୋର ଜବରଦସ୍ତ କ୍ୱାରେଣ୍ଟାଇନ୍କୁ ପଠାଇ ଦିଆଯାଇଥିଲା। ବିହାର ପୁଲିସ୍ ପକ୍ଷରୁ ଏହାକୁ ବିରୋଧ କରାଯିବା ସହିତ ନିନ୍ଦା କରାଯାଇଥିଲା। ଏପରିକି ସୁପ୍ରିମ୍କୋର୍ଟ ମଧ୍ୟ ଏହାକୁ ନାପସନ୍ଦ କରିଥିଲେ। ଅନ୍ୟପକ୍ଷରେ ବିହାର ସରକାର ଘଟଣାର ତଦନ୍ତ ସିବିଆଇକୁ ଦେଇ ସାରିଛନ୍ତି। ସିବିଆଇ ମଧ୍ୟ ରିୟା ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରି ସାରିଛି।
The post ଆଇପିଏସ୍ ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନ୍ରୁ ଛାଡ଼ିଲା ବିଏମ୍ସି appeared first on Odisha Reporter.
from Odisha Reporter https://ift.tt/3gzu0ig
No comments:
Post a Comment