ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ, ଏଥର ପୁଅ ଆଗରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 18, 2020

ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ, ଏଥର ପୁଅ ଆଗରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ। ଚଳିତ ବର୍ଷ ପାସ୍‌ ହାର ୭୪.୯୫ ପ୍ରତିଶତ ରହିଛି। ୨୯ ଉଚ୍ଚ ମାଧ୍ୟମିକ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍  କରିଥିବା ବେଳେ ୨ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ କୌଣସି ପିଲା ପାସ୍ କରିନାହାନ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଘୋଷଣା କରିଛନ୍ତି।

ଚଳିତ ବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ମୋଟ ୨୫, ୭୭୨ ପରୀକ୍ଷା ଦେଇଥିବା ବେଳେ ୧୯, ୩୧୮ ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୨, ୨୧୫ ପୁଅ  ଥିବା ବେଳେ  ୭, ୧୦୩ ଜଣ ଝିଅ  ଅଛନ୍ତି।

କରୋନା କଟକଣା ପାଇଁ ଗତବର୍ଷ ଅପେକ୍ଷା ଏଥର ୩ ମାସ ବିଳମ୍ବରେ ପ୍ରକାଶ ପାଇଛି ରେଜଲ୍ଟ। ଚଳିତ ମାସ ଶେଷ ସପ୍ତାହରେ କଳା ଏବଂ ଧନ୍ଦା ମୂଳକ ଶିକ୍ଷା ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଗତ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପ୍ରକାଶ ପାଇ ସାରିଛି।

କରୋନା ସଂକ୍ରମଣ ଭୟ ଓ ଲକଡାଉନ୍ କଟକଣା ପାଇଁ ଚଳିତ ବର୍ଷ ଯୁକ୍ତ ଦୁଇ ଫଳାଫଳ ପ୍ରକାଶ ପାଇବାରେ ଅହେତୁକ ବିଳମ୍ବ ଘଟିଛି।

The post ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ, ଏଥର ପୁଅ ଆଗରେ appeared first on Odisha Reporter.



from Odisha Reporter https://ift.tt/31eoeh3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages