ସୁଶାନ୍ତଙ୍କ ମୃତ୍ୟୁର ହେବ ସିବିଆଇ ତଦନ୍ତ, ସୁପ୍ରିମ୍‌କୋର୍ଟ ଦେଲେ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 18, 2020

ସୁଶାନ୍ତଙ୍କ ମୃତ୍ୟୁର ହେବ ସିବିଆଇ ତଦନ୍ତ, ସୁପ୍ରିମ୍‌କୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେବ। ଆଜି ସୁପ୍ରିମ୍‌କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରୁ ମିଳିଥିବା ସମସ୍ତ ପ୍ରମାଣକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସର୍ବୋଚ୍ଚ କୋର୍ଟ ମୁମ୍ବାଇ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ବେଶ୍ କିଛି ଦିନ ଧରି ଏହି ଘଟଣାର ତଦନ୍ତକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ଯବନିକା ପଡ଼ିଛି।

ଏହି ରାୟ ଦେବା ବେଳେ ସୁପ୍ରିମ୍‌କୋର୍ଟ କହିଥିଲେ, ସୁଶାନ୍ତ ସିଂହ ରାଜପୁତଙ୍କ ବାପାଙ୍କ ଅଭିଯୋଗ କ୍ରମେ ବିହାରରେ ଯେଉଁ ଏଫ୍‌ଆଇଆର୍ ରୁଜୁ ହୋଇଛି, ତାହା ଠିକ୍। ସେହିଭଳି ବିହାର ସରକାର ପାଟନାରେ ହୋଇଥିବା ଏଫ୍‌ଆଇଆରକୁ ସିବିଆଇକୁ ଦେବାରେ କୌଣସି ଭୁଲ୍ ନାହିଁ ବୋଲି କୋର୍ଟ କହିଛନ୍ତି।

କୋର୍ଟଙ୍କ ଏହି ରାୟ ଆସିବା ପରେ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ଖୁସି ପ୍ରକଟ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ବିଜୟ ଆଡ଼କୁ ଏହା ପ୍ରଥମ ପାଦ।


ଜୁନ୍‌ ୧୪ ତାରିଖରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରୁ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ମିଳିଥିଲା। ମୁମ୍ବାଇ ପୁଲିସ୍ ଏହାକୁ ଆତ୍ମହତ୍ୟା କହିଥିବା ବେଳେ ଏହାକୁ ନେଇ ସୁଶାନ୍ତଙ୍କ ପରିବାର ଲୋକଙ୍କ ସହିତ ଆହୁରି ଅନେକ ଲୋକ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁର ପ୍ରାୟ ଦେଢ଼ ମାସ ପରେ ତାଙ୍କ ବାପା କେ.କେ ସିଂହ ବିହାରର ପାଟନାରେ ଏକ ଥାନାରେ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ୫ ଜଣଙ୍କ ନାଁରେ ଏତଲା ଦେଇଥିଲେ। ଏମାନଙ୍କ ନାଁରେ ସେ ମାନସିକ ନିର୍ଯାତନା ସହିତ ଆହୁରି ଅନେକ ଅଭିଯୋଗ ଆଣିଥିଲେ। ସେହିପରି ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ କରିଥିଲେ।

କେ.କେ ସିଂହଙ୍କ ଅଭିଯୋଗ ଆଧାରରେ ପାଟନା ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଥିପାଇଁ ଏହାର ଏକ ଟିମ୍ ମୁମ୍ବାଇ ମଧ୍ୟ ଯାଇଥିଲା। କିନ୍ତୁ ମୁମ୍ବାଇ ପୁଲିସ୍ ସେମାନଙ୍କୁ ସହଯୋଗ କରି ନଥିଲା। ଏପରିକି ଏହି ଟିମ୍‌ର ନେତୃତ୍ୱ ନେବା ପାଇଁ ଯାଇଥିବା ଜଣେ ଆଇପିଏସ୍ ଅଫିସରଙ୍କୁ ସେଠାରେ ଜୋରଜବରଦସ୍ତି କ୍ୱାରେଣ୍ଟାଇନ୍‌କୁ ପଠାଇ ଦିଆଯାଇଥିଲା। ଏସବୁ ଦେଖି ସୁଶାନ୍ତଙ୍କ ବାପା କେ.କେ ସିଂହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ କରାଇବାକୁ ଅନୁରୋଧ କରିଥିଲେ। ଏହା ପରେ ବିହାର ସରକାର ଘଟଣାର ସିବିଆଇ ତଦନ୍ତ କରାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ଓ ଏହା ମଞ୍ଜୁର ହୋଇଯାଇଥିଲା। କିନ୍ତୁ ମହାରାଷ୍ଟ୍ର ସରକାର ଏଥିପାଇଁ ଅନୁମତି ଦେଇ ନଥିବାରୁ ସିବିଆଇ ତଦନ୍ତ ଆରମ୍ଭ କରିପାରି ନଥିଲା।

ଅନ୍ୟପକ୍ଷରେ ବିହାର ପୁଲିସ୍ ନିକଟରେ କେ.କେ ସିଂହ କରିଥିବା ଟଙ୍କା ହଡ଼ପ ଅଭିଯୋଗ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଳତାଡ଼ ଆରମ୍ଭ କରିଥିଲା। ରିୟା ଚକ୍ରବର୍ତ୍ତୀ, ତାଙ୍କ ବାପା, ଭାଇ, ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର (ବ୍ୟବସାୟ) ଓ ବନ୍ଧୁଙ୍କୁ ଇଡି ପକ୍ଷରୁ ଜେରା କରାଯାଇଥିଲା।

The post ସୁଶାନ୍ତଙ୍କ ମୃତ୍ୟୁର ହେବ ସିବିଆଇ ତଦନ୍ତ, ସୁପ୍ରିମ୍‌କୋର୍ଟ ଦେଲେ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/2CE47PB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages