ବାପାକୁ ଠେଙ୍ଗାରେ ପିଟି ମାରି ଦେଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 23, 2020

ବାପାକୁ ଠେଙ୍ଗାରେ ପିଟି ମାରି ଦେଲା ପୁଅ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ। ଏଭଳି ଅଭିଯୋଗ ଆସିଛି ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗାଁରେ। ମୃତକଙ୍କ ନାଁ ଗୋବିନ୍ଦ ମୁଣ୍ଡା (୬୦)। ଅଭିଯୁକ୍ତ ତଥା ତାଙ୍କ ପୁଅ ନାଁ ଅମୂଲ୍ୟ ମୁଣ୍ଡା (୩୦)।

ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ପ୍ରାୟ ୧୦ଟା ବେଳେ ଅମୂଲ୍ୟ ମଦ ପିଇ ଘରକୁ ଫେରିବା ପରେ ବାପା ଗୋବିନ୍ଦଙ୍କ ସହିତ କୌଣସି କଥାକୁ ନେଇ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ଅମୂଲ୍ୟ ଏକ ଠେଙ୍ଗାରେ ତାଙ୍କ ବାପାଙ୍କୁ ପିଟିଥିଲେ। ଏପରିକି ଟାଙ୍ଗିଆରେ ହାଣି ଦେବାକୁ ଗୋଡ଼ାଇ ଥିଲେ। ଏହା ଦେଖି ଗୋବିନ୍ଦଙ୍କ ସାନପୁଅ ଗଣ ମୁଣ୍ଡା ତାଙ୍କୁ ଉଦ୍ଧାର କରିଥିଲେ ଓ ଗାଁ ମୁଣ୍ଡରେ ଥିବା ଲକ୍ଷ୍ମୀପୂଜା ମଣ୍ଡପକୁ ନେଇ ଯାଇଥିଲେ। ତେବେ ସକାଳେ ସେଠାରେ ଗୋବିନ୍ଦ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା।

ଏହା ପରେ ଗ୍ରାମବାସୀମାନେ ଅମୂଲ୍ୟଙ୍କୁ ଅଟକ ରଖିଥିଲେ ଓ ଗଣ ପୁଲିସ୍‌କୁ ଖବର ଦେଇଥିଲେ। ଦେବଗଡ଼ ଥାନା ନୁଲିସ୍ ମୃତଦେହକୁ ଜବତ କରିବା ସହିତ ଅମୂଲ୍ୟଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।

The post ବାପାକୁ ଠେଙ୍ଗାରେ ପିଟି ମାରି ଦେଲା ପୁଅ appeared first on Odisha Reporter.



from Odisha Reporter https://ift.tt/2EicuBh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages