ଫିଲ୍ମ ଓ ଟିଭି ଶୁଟିଂ ପାଇଁ ଜାରି ହେଲା ଏସଓପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 23, 2020

ଫିଲ୍ମ ଓ ଟିଭି ଶୁଟିଂ ପାଇଁ ଜାରି ହେଲା ଏସଓପି

ନୂଆଦିଲ୍ଲୀ: ଦେଶରେ କରୋନା ପରିସ୍ଥିତି ଭିତରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଜି ଟିଭି ଏବଂ ଫିଲ୍ମ ଶୁଟିଂ ପାଇଁ ବିସ୍ତୃତ ଗାଇଡଲାଇନ୍ ଜାରି କରିଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ଟ୍ୱିଟ୍ ମାଧ୍ୟମରେ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ (ଏସଓପି) ବାବଦରେ ସୂଚିତ କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୁଟିଂ ପାଇଁ କଣ କଣ କଟକଣା ଓ ସତର୍କତା ମାନିବାକୁ ହେବ ସେନେଇ ବିସ୍ତୁତ ନିର୍ଦ୍ଦେଶ ଦିଆଯାଇଛି। ତେବେ ମାସ୍କ ଓ ସାନିଟାଇଜରର ବ୍ୟବହାରକୁ ବାଧ୍ୟତାମୂଳକ ରଖାଯାଇଛି।

ରବିବାର ଏସଓପି ଜାରି କରି ଜାଭଡେକର କହିଛନ୍ତି ଯେ, ଏହା କ୍ରୁ ସଦସ୍ୟଙ୍କୁ ଏକ ସୁରକ୍ଷିତ ପରିବେଶ ଦିଗରେ ସହାୟକ ହେବ। ସମସ୍ତ ସ୍ଥାନରେ ଫେସ ମାସ୍କ ବ୍ୟବହାର କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଶାରୀରିକ ଦୂରତା ନିୟମକୁ ମଧ୍ୟ ବଳବତ୍ତର ରଖାଯାଇଛି। ସିଟିଂ, କ୍ୟାଟେରିଂ, କ୍ରୁ ପୋଜିସନ୍ସ, କ୍ୟାମେରା ଲୋକେସନ୍ସ ଆଦିରେ ଦୂରତ୍ୱ ବଜାୟ ରଖିବାକୁ ହେବ। ରିକର୍ଡିଂ ଷ୍ଟୁଡିଓ, ଏଡିଟିଂ ରୁମରେ ମଧ୍ୟ ଶାରୀରିକ ଦୂରତ୍ୱ ନିୟମର ପାଳନ କରିବା ବାଧ୍ୟତାମୂଳକ। ତେବେ ଶୁଟିଂ ସେଟକୁ ଦର୍ଶକ ଆସିବାର ଅନୁମତି ଏସଓପିରେ ଦିଆଯାଇନାହିଁ।

ସ୍ୱାସ୍ଥ୍ୟ ଏବଂ ଗୃହ ମନ୍ତ୍ରାଳୟଠାରୁ ପରାମର୍ଶ ନେବା ପରେ ଏହି ଏସଓପିଗୁଡ଼ିକ ଚୂଡ଼ାନ୍ତ ହୋଇଛି ବୋଲି ଜାଭଡେକର କହିଛନ୍ତି। ମନୋରଞ୍ଜନ ଶିଳ୍ପ ପାଇଁ ଜାରି ଏହି ଏସଓପିରେ ସମସ୍ତଙ୍କୁ ସରକାରଙ୍କ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଦେଶର ଅର୍ଥନୀତିରେ ଫିଲ୍ମ ଏବଂ ଟିଭି ଶିଳ୍ପ ଏକ ପ୍ରମୁଖ ଭାଗୀଦାର ବୋଲି ଗୁରୁତ୍ୱାରୋପ କରି ସମସ୍ତ ରାଜ୍ୟ ଏହି ଏସଓପିକୁ ଲାଗୁ କରିବାକୁ ଜାଭଡେକର ନିର୍ଦ୍ଦେଶ ଦେଇଛନ୍ତି।

କ’ଣ ରହିଛି ନୂଆ ଏସଓପିରେ?

  •  କ୍ୟାମେରା ସାମ୍ନାରେ ଅଭିନେତା, ଅଭିନେତ୍ରୀଙ୍କ ବ୍ୟତୀତ ଅନ୍ୟମାନେ ଫେସ୍ କଭର୍ ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
  • ସମସ୍ତ ସ୍ଥାନରେ 6 ଫୁଟ୍ ଶାରୀରିକ ଦୂରତ୍ୱ ନିୟମ ପାଳନ କରାଯିବ।
  • ମେକଅପ୍ ଆର୍ଟିଷ୍ଟ, ହେୟାର ଷ୍ଟାଇଲିଷ୍ଟ ପିପିଇ କିଟ୍ ବ୍ୟବହାର କରିବେ।
  • ଓ୍ୱିଗ୍, କଷ୍ଟ୍ୟୁମ୍ ଏବଂ ମେକଅପ ଆଦିର ଯଥାସମ୍ଭବ ସର୍ବନିମ୍ନ ଅଂଶୀଦାର ରହିବେ।
  • ଏକାଧିକ ଲୋକ ବ୍ୟବହାର କରୁଥିବା ସାମଗ୍ରୀକୁ ହାତରେ ଗ୍ଲୋବ୍ସ ପିନ୍ଧି ବ୍ୟବହାର କରିବାକୁ ହେବ।
  • ମାଇକ୍ ଡାଏଫ୍ରାମ୍ ସହ ସିଧାସଳଖ ସମ୍ପର୍କ ରଖିପାରିବେ ନାହିଁ।
  • ଫ୍ରପ୍ସର ଯଥାସମ୍ଭବ କମ୍ ବ୍ୟବହାର କରାଯିବ, ବ୍ୟବହାର ପରେ ସାନିଟାଇଜ୍ କରାଯିବ।
  • ଶୁଟିଂ ବେଳେ ସର୍ବନିମ୍ନ କାଷ୍ଟ-କ୍ରୁ ରହିବେ।
  • ଆଉଟଡୋର୍ ଶୁଟିଂ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଠାରୁ କ୍ଲିୟରାନ୍ସ ନେବା ବାଧ୍ୟତାମୂଳକ।
  • ଶୁଟିଂ ଲୋକେସନରେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ସ୍ଥାନ ରହିବ।
  • ଆଗନ୍ତୁକ ଏବଂ ଦର୍ଶକ ଶୁଟିଂ ସେଟକୁ ଆସିପାରିବେ ନାହିଁ।

ଜାଭଡେକର କହିଛନ୍ତି ଯେ, ଏସଓପିରେ ଶୁଟିଂ ସ୍ଥାନରେ ଏବଂ ଅନ୍ୟ କାର୍ଯ୍ୟସ୍ଥଳରେ ଶାରୀରିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ଆବଶ୍ୟକ ସ୍ୱଚ୍ଛତା, ଭିଡ଼ ବା ଜନସମାଗମ ପରିଚାଳନା ଏବଂ ସୁରକ୍ଷାତ୍ମକ ଉପକରଣଗୁଡ଼ିକର ବ୍ୟବସ୍ଥା ମଧ୍ୟ ଏସଓପିରେ ସାମିଲ ରହିଛି। ‘ସର୍ବନିମ୍ନ ସମ୍ପର୍କ ‘ ଏସଓପିର ମଞ୍ଜ ବୋଲି ଜାଭଡେକର ଟ୍ୱିଟ୍ ମାଧ୍ୟମରେ କହିଛନ୍ତି।

The post ଫିଲ୍ମ ଓ ଟିଭି ଶୁଟିଂ ପାଇଁ ଜାରି ହେଲା ଏସଓପି appeared first on Odisha Reporter.



from Odisha Reporter https://ift.tt/31jaOjD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages