ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ୫ ଦିନ ହେବ ବର୍ଷା ଲାଗି ରହିଛି। ଫଳରେ ୩୨୬ ନମ୍ବର ଜାତୀୟ ରାଜପଥର କାଙ୍କରକୋଣ୍ଡା ପୋଲ ଉପରେ ୮ ରୁ ୧୦ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି। ତେଣୁ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଏଥିସହ କନ୍ୟାଶ୍ରମ ପୋଲରେ ବି ବନ୍ୟପାଣି ପ୍ରବାହିତ ହେଉଥିବାରୁ କାଲିମେଳା-ପଡ଼ିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବର୍ଷା ଯୋଗୁ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଅନେକ ମାଟିଘର ମଧ୍ୟ ଭାଙ୍ଗି ଯାଇଛି।
ଲଗାଣ ବର୍ଷା ଯୋଗୁ ମାଲକାନଗିରି ସୀମା ମୋଟୁର ମୁଗି ପଏଣ୍ଟ ବୁଡ଼ି ଯାଇଛି। ମୋଟୁରରେ ରହୁଥିବା ତଳିଆ ଅଞ୍ଚଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
ଅନ୍ୟପକ୍ଷରେ ପୋଟେରୁ,ଏମ୍ଭି- ୩୭ ଓ ପାଙ୍ଗାମା ପୋଲ ଉପରୁ ପାଣି କମିଛି। ତେଣୁ ଆଜି ସକାଳେ ମାଲକାନଗିରିରୁ ବାଲିମେଳା ଓ ମାଲକାନଗିରିରୁ ଜୟପୁରକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି। ତେବେ ୧୯ ତାରିଖରେ ଆଉ ଏକ ଲଘୁଚାପ ଆସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଜିଲ୍ଲାବାସୀ ଭୟଭୀତ ହୋଇ ପଡ଼ିଛନ୍ତି।
The post ୫ ଦିନ ହେଲା ଚାଲିଛି ବର୍ଷା: ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ appeared first on Odisha Reporter.
from Odisha Reporter https://ift.tt/311KwCd
No comments:
Post a Comment