ନୂଆଦିଲ୍ଲୀ: ମହାମାରୀ କରୋନାରୁ ପ୍ରଥମଥର ପାଇଁ ଦେଶରେ ରେକର୍ଡ ସଂଖ୍ୟକ ଲୋକ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନରେ ୬୦ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିବାରୁ ଦେଶରେ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ୨ ମିଲିୟନ ବା ୨୦ ଲକ୍ଷ ପାର କରିଛି। ଦେଶରେ ଏବେ ଆରୋଗ୍ୟ ହାର ୭୩.୬୪%ରେ ପହଞ୍ଚି ଯାଇଛି। ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ ମୃତ୍ୟୁହାର ୧.୯୧% ରହିବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୬୪,୫୩୧ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭,୬୭,୨୭୪ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ଏହି ପ୍ରାଣଘାତୀ ଭାଇରସ ଆଉ ୧୦୯୨ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୨,୮୮୯ରେ ପହଞ୍ଚି ଯାଇଛି।
ତେବେ ୨୪ ଘଣ୍ଟାରେ ରେକର୍ଡ ୬୦,୦୯୧ ଜଣ ସୁସ୍ଥ ହୋଇଛନ୍ତି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ସୁସ୍ଥ ହୋଇ ନଥିଲେ। ହେଲେ ମଙ୍ଗଳବାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି। ନୂଆ ଆରୋଗ୍ୟଙ୍କୁ ମିଶାଇ ଦେଶରେ ଏଯାଏ ୨୦,୩୭,୮୭୦ ଜଣ ଲୋକ ମହାମାରୀକୁ ମାତ ଦେଇ ସାରିଲେଣି। ଏହାର ଅର୍ଥ ଦେଶରେ ଆକ୍ଟିଭ କେସ ସଂଖ୍ୟା ୬,୭୬,୫୧୪ ରହିଛି।
The post ୨୦ ଲକ୍ଷ ପାର କଲା ଆରୋଗ୍ୟଙ୍କ ସଂଖ୍ୟା: ଦିନକରେ ରେକର୍ଡ ୬୦ ହଜାର ସୁସ୍ଥ, ୬୪ ହଜାର ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/3gcx7fd
No comments:
Post a Comment