ନୂଆଦିଲ୍ଲୀ: ଗତ ସୋମବାର ଠାରୁ ଭେଣ୍ଟିଲେଟରରେ ଥିବା ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହୋଇଛି। ବ୍ରେନ ସର୍ଜରୀ ଓ କରୋନାରେ ଆକ୍ରାନ୍ତ ହୋଇ ଭେଣ୍ଟିଲେଟରରେ ଥିବା ପ୍ରଣବ ଦା’ଙ୍କର ଏବେ ଫୁସଫୁସ ସଂକ୍ରମଣ ହେବା ଆରମ୍ଭ କରିଛି। ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
୮୪ ବର୍ଷୀୟ ପ୍ରଣବ ମୁଖାର୍ଜୀ ଅଗଷ୍ଟ ୧୦ ତାରିଖରେ ନିଜର ବ୍ରେନ ସର୍ଜରୀ ପାଇଁ ଦିଲ୍ଲୀ ସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତଥାପି ତାଙ୍କର ବ୍ରେନ ସର୍ଜରୀ କରାଯାଇଥିଲା।
ସେବେଠାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସ୍ପେଶାଲିଷ୍ଟ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କଥା ବୁଝୁଥିବା ହସ୍ପିଟାଲର ପକ୍ଷରୁ ସୂଚନା ଦିଆଯାଇଛି। ହସ୍ପିଟାଲ ପକ୍ଷରୁ ପ୍ରଣବ ଦା’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଥିଲେ ହେଁ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଭିନ୍ନ କଥା କହିଛନ୍ତି।
ସେ କହିଛନ୍ତି, ପ୍ରଣବ ମୁଖାର୍ଜୀଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରତ୍ୟେଙ୍ଗଗୁଡ଼ିକ ସ୍ଥିର ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି।
The post ଅଧିକ ସଙ୍କଟାପନ୍ନ ହେଲା ପ୍ରଣବା ଦା’ଙ୍କ ସ୍ୱାସ୍ଥ୍ୟାବସ୍ଥା, ଫୁସଫୁସରେ ବି ସଂକ୍ରମଣ appeared first on Odisha Reporter.
from Odisha Reporter https://ift.tt/3gaTDFd
No comments:
Post a Comment