ତିରୁଅନନ୍ତପୁରମ: ୧୦୩ ବର୍ଷର ଜଣେ ବୃଦ୍ଧ କୋଭିଡ୍-୧୯ରେ ପୀଡ଼ିତ ହୋଇଥିଲେ। ତେବେ ସେ ସୁସ୍ଥ ହୋଇଯାଇଛନ୍ତି ଓ ତାଙ୍କୁ ମଙ୍ଗଳବାର ଡାକ୍ତରଖାନାରୁ ଡିସ୍ଚାର୍ଜ କରାଯାଇଛି।
ଘଟଣାଟି କେରଳର। ଉକ୍ତ ବୃଦ୍ଧଙ୍କ ଘର ଅଲୁଭାରେ। ଜ୍ୱର ଓ ଶରୀରରେ ଯନ୍ତ୍ରଣା ହେବାରୁ ଜୁଲାଇ ୨୮ ତାରିଖରେ ତାଙ୍କର କୋଭିଡ୍-୧୯ ଟେଷ୍ଟ୍ କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଏର୍ଣ୍ଣାକୁଲମର କାଲାମାସେରୀ ମେଡିକାଲ୍ କଲେଜ୍ରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ୨୦ ଦିନ ଧରି ଚିକିତ୍ସିତ ହୋଇଥିଲେ। ଅତ୍ୟଧିକ ବୟସ ହେତୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କଥା ବୁଝୁଥିଲେ।
ବୃଦ୍ଧ ଜଣଙ୍କ ସୁସ୍ଥ ହେବା ପରେ ଡାକ୍ତରଖାନା କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଦାୟ ଜଣାଇଥିଲେ। ତାଙ୍କ ପତ୍ନୀ ଓ ପୁଅ ମଧ୍ୟ କୋଭିଡ୍-୧୯ରେ ପୀଡ଼ିତ ହୋଇଥିଲେ। ତେବେ ରିପୋର୍ଟ ନେଗେଟିଭ୍ ଆସିବା ପରେ ଓ ସୁସ୍ଥ ହେବା ପରେ ସେମାନଙ୍କୁ ବି ଡିସ୍ଚାର୍ଜ କରି ଦିଆଯାଇଛି।
ଏହା ପୂର୍ବରୁ କେରଳର କୋଲ୍ଲାମ ସ୍ଥିତ ପରିପ୍ପାଲି ମେଡିକାଲ୍ କଲେଜରୁ ଜଣେ ୧୦୫ ବର୍ଷର ବୃଦ୍ଧା କୋଭିଡ୍-୧୯ରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସେହିପରି ରାଜ୍ୟର କୋଟ୍ଟାୟାମ ମେଡିକାଲ୍ କଲେଜରେ ୯୩ ଓ ୮୮ ବର୍ଷର ଏକ ଦମ୍ପତି କୋଭିଡ୍-୧୯ରୁ ସୁସ୍ଥ ହୋଇଥିଲେ।
ଆହୁରି ପଢ଼ନ୍ତୁ: କାନସିନୋ ପ୍ରସ୍ତୁତ କରିଥିବା କରୋନା ଟିକାକୁ ମିଳିଲା ଅନୁମତି
The post କରୋନାକୁ ମାତ୍ ଦେଲେ ୧୦୩ ବର୍ଷର ବୃଦ୍ଧ appeared first on Odisha Reporter.
from Odisha Reporter https://ift.tt/3gb3uea
No comments:
Post a Comment