ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ବନ୍ଦ ହେଲା। ଏବେ ଡ୍ୟାମ୍ର ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଡ୍ୟାମ୍ର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୬୨୫.୯୧ ଫୁଟ ରହିଛି। ହୀରାକୁଦ ଡ୍ୟାମ୍କୁ ୩, ୬୨ ୮୮୪ କ୍ୟୁସେକ୍ ଜଳ ପଶୁଛି। ଡ୍ୟାମରୁ ନିଷ୍କାସିତ ହେଉଛି ୫, ୨୮ ୬୧ କ୍ୟୁସେକ୍ ଜଳ। କଟକ ମୁଣ୍ଡଳିରେ ୧୦,୨ ୮୨୩ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।
ମହନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳ ଭଣ୍ଡାରକୁ ଅଧିକ ଜଳ ପ୍ରବେଶ କରୁଥିଲା। ଫଳରେ ହୀରାକୁଦ ଡ୍ୟାମର ୪୬ଟି ଗେଟ୍ ଖୋଲା ଯାଇଥିଲା।
The post ବନ୍ଦ ହେଲା ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ appeared first on Odisha Reporter.
from Odisha Reporter https://ift.tt/3hNavTY
No comments:
Post a Comment