ଆନନ୍ଦପୁର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ଅନ୍ତର୍ଗତ ବାୟାପିଟା ଗାଁ ନିକଟରୁ ଜବତ ହେଲା ୧୯ କିଲୋ ହାତୀ ଦାନ୍ତ । ଗତ ରାତିରେ ଆନନ୍ଦପୁର ବନବିଭାଗ ଏହି ହାତୀ ଦାନ୍ତ ଜବତ କରିଛି।ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହା କେଉଁଠିକୁ ଚାଲାଣ ହେଉଥିଲା ଓ ଏହାର ଚେର କେଉଁଠିକି ଲମ୍ବିଛି ତାହାର ତଦନ୍ତ ଚଳାଇଛି ବନ ବିଭାଗ।
ସୂଚନାଯୋଗ୍ୟ, ଏକ କାର୍ରେ ହାତୀଦାନ୍ତ ଚାଲାଣ ହେଉଥିବା ଖବର ପାଇ ଗତକାଲି ଆନନ୍ଦପୁର ଡିଏଫଓଙ୍କ ନେତୃତ୍ୱରେ ବନ ବିଭାଗ ଟିମ୍ ଉକ୍ତ ଗାଡ଼ିର ପିଛା କରିଥିଲା। ପ୍ରାୟ ୩ କିମି ପିଛା କରିବା ପରେ ବାୟାପିଟା ଗାଁ ନିକଟରେ ଗାଡ଼ିକୁ ଅଟକାଇବାକୁ ସଫଳ ହୋଇଥିଲେ କର୍ମଚାରୀ । ଏହାପରେ ଚଢ଼ାଉ ସମୟରେ ଗାଡ଼ିରୁ ୧୯ କିଲୋ ହାତୀ ଦାନ୍ତ ଜବତ ହୋଇଛି। ଜବତ ହାତୀଦାନ୍ତର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ବନ ବିଭାଗ। ।
The post ୧୯ କିଲୋ ହାତୀ ଦାନ୍ତ ଜବତ appeared first on Odisha Reporter.
from Odisha Reporter https://ift.tt/34Ss6Xe
No comments:
Post a Comment