ବାଲେଶ୍ୱର(ଓଡ଼ିଶା ରିପୋର୍ଟର) : କ୍ଷମତାର ଦୂରୁପଯୋଗ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆଇଆଇସି । IIC ଧନେଶ୍ୱର ସାହୁଙ୍କୁ ନିଲମ୍ବନ ନେଇ ଟ୍ୱିଟ୍ କଲେ ଡିଜିପି।
DGP has placed Inspector Dhaneshwar Sahu ,IIC Jaleshwar Police Station under suspension for gross misconduct .
— DGP, Odisha (@DGPOdisha) August 15, 2020
କିଛି ଦିନ ପୂର୍ବେ ଆଇଆଇସିଙ୍କ ଏକ ଅଡିଓ ଭାଇରାଲ ହୋଇଥିଲା। ଉକ୍ତ ଅଡିଓରେ ଆଇଆଇସି ଅପର ପାର୍ଶ୍ୱ ବ୍ୟକ୍ତିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଉଥିଲେ। ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରକାଶିତ ହୋଇଥିଲା।
ଏହାପରେ ଘଟଣାର ତଦନ୍ତ ପାଇଁ ଗତକାଲି ବାଲେଶ୍ୱର ଜିଲ୍ଲା ଆଡିସନାଲ ଏସ୍ପି ଗୋବିନ୍ତଦ ସେଠୀ ତଦନ୍ତ ପାଇଁ ଜଳେଶ୍ୱର ଯାଇଥିଲେ। ଆଜି ଡିଜିପି ଆଇଆଇସି ଧନେଶ୍ୱର ସାହୁଙ୍କୁ ନିଲମ୍ବନ କରିଥିବା ନେଇ ଟ୍ୱିଟ କରିଛନ୍ତି।
The post ଜଳେଶ୍ୱର ଥାନା ଆଇଆଇସି ନିଲମ୍ବିତ appeared first on Odisha Reporter.
from Odisha Reporter https://ift.tt/3iD7K7G
No comments:
Post a Comment