ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ନାଗରିକଙ୍କୁ ଯୋଗାଇ ଦିଆଯିବ ‘ହେଲ୍ଥ ଆଇଡି କାର୍ଡ’। ୭୪ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କଲା ବେଳେ ‘ନ୍ୟାସ୍ନାଲ୍ ଡିଜିଟାଲ୍ ହେଲ୍ଥ ମିଶନ’ର ଘୋଷଣା କରି ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
‘ନ୍ୟାସ୍ନାଲ୍ ଡିଜିଟାଲ୍ ହେଲ୍ଥ ମିଶନ’ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ସଂପୂର୍ଣ୍ଣ ଭାବେ ଏକ ବୈଷୟିକ ଆଧାରିତ ପ୍ରୟାସ। ଏହା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ଦେଶର ପ୍ରତ୍ୟେକ ନାଗରିକଙ୍କୁ ହେଲ୍ଥ ଆଇଡି କାର୍ଡ ଦିଆଯିବ, ଯେଉଁଥିରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କିତ ସମସ୍ତ ଆବଶ୍ୟକୀୟ ତଥ୍ୟ ରହିବ। ସ୍ୱାସ୍ଥ୍ୟସେବା ଓ ଔଷଧ ପାଇଁ ଏହି କାର୍ଡକୁ ବ୍ୟବହାର କରାଯାଇପାରିବ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣ ଡାକ୍ତରଖାନାକୁ ଯିବା ଠାରୁ ଆରମ୍ଭ କରି ଡାକ୍ତରଙ୍କ ସହିତ ପରାମର୍ଶ କରିବା ଓ ଔଷଧ ସେବନ କରିବା ଆଦିର ତଥ୍ୟ ଆପଣଙ୍କ ହେଲ୍ଥ କାର୍ଡ ପ୍ରୋଫାଇଲ୍ରେ ରହିବ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ‘ନ୍ୟାସ୍ନାଲ୍ ଡିଜିଟାଲ୍ ହେଲ୍ଥ ମିଶନ (ଏନ୍ଡିଏଚ୍ଏମ୍)’ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମ୍ଜେଏୱାଇ) ଅଧୀନରେ କାର୍ଯ୍ୟ କରିବ ଏବଂ ଏହା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଦକ୍ଷତା ଓ ସ୍ୱଚ୍ଛତା ଆଦିରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।
The post ‘ଦେଶର ପ୍ରତି ନାଗରିକଙ୍କୁ ଦିଆଯିବ ହେଲ୍ଥ ଆଇଡି କାର୍ଡ’ appeared first on Odisha Reporter.
from Odisha Reporter https://ift.tt/2Fspsg7
No comments:
Post a Comment