କୋଭିଡ୍ କଟକଣାରେ ଆଜି ପାଳିତ ହେବ ସ୍ୱାଧୀନତା ଦିବସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 14, 2020

କୋଭିଡ୍ କଟକଣାରେ ଆଜି ପାଳିତ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। କୋଭିଡ୍ କଟକଣା ଭିତରେ ଏଥର ସ୍ୱାଧୀନତା ଦିବସ ପାଳନ କରିବାକୁ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବେ। ସକାଳ ୯ଟାରେ ପତାକା ଉତ୍ତୋଳନ କରାଯିବାର କାର୍ଯ୍ୟକ୍ରମ ରହିଛି।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପୁଲିସ୍‌ ପକ୍ଷରୁ କଟକଣା ଜାରି କରାଯାଇଛି। ପରେଡ ସ୍ଥଳରେ ଆମନ୍ତ୍ରିତ ଅତିଥି ଓ କୋଭିଡ ଯୋଦ୍ଧା ଉପସ୍ଥିତ ରହିବେ। ତେବେ ଜନସାଧାରଣଙ୍କୁ ପରେଡ ସ୍ଥଳକୁ ଯିବାକୁ ଅନୁମତି ମିଳିବ ନାହିଁ।

ସେହିପରି କଟକ ବାରବାଟୀ ଷ୍ଟାଡିୟମରେ କୋଭିଡ୍ କଟକଣା ଭିତରେ ପାଳିତ ହେବ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ। ମନ୍ତ୍ରୀ ବିକ୍ରମକେଶରୀ ଆରୁଖ  ପତାକା ଉତ୍ତୋଳନ କରିବେ। କେବଳ ହାତଗଣତି ନିମନ୍ତ୍ରିତ ଅତିଥି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜନସାଧାରଣଙ୍କୁ ଉତ୍ସବ ସ୍ଥଳକୁ ଛଡ଼ାଯିବନାହିଁ।

ସ୍ୱାଧୀନତା ଦିବସ ପାଇଁ ନକ୍ସଲ ଉପଦ୍ରୁତ କନ୍ଧମାଳ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ସଶସ୍ତ୍ର ପୁଲିସ୍‌ ମୁତୟନ କରାଯିବା ସହ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି। ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ, କୋଟଗଡ଼, ଦାରିଙ୍ଗବାଡ଼ି ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସ୍ୱାଧୀନତା ଦିବସ ଲାଗି ‌ଆଜି ୪ ଜିଲ୍ଲା ଖୋର୍ଦ୍ଧା, କଟକ, ଗଜପତି, ଗଞ୍ଜାମ ଓ ରାଉରକେଲା ମହାନଗର ନିଗମରେ ସପ୍ତାହାନ୍ତ ଶଟଡାଉନ୍‌ କଟକଣା ଦିନ ୧୧ଟା ଯାଏ କୋହଳ କରାଯାଇଛି।

The post କୋଭିଡ୍ କଟକଣାରେ ଆଜି ପାଳିତ ହେବ ସ୍ୱାଧୀନତା ଦିବସ appeared first on Odisha Reporter.



from Odisha Reporter https://ift.tt/3h19dV3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages