‘ରିୟାଙ୍କ ଔକାତ ନାହିଁ’ ଶବ୍ଦ କହିବା ପଛର କାରଣ କହିଲେ ବିହାର ଡିଜିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

‘ରିୟାଙ୍କ ଔକାତ ନାହିଁ’ ଶବ୍ଦ କହିବା ପଛର କାରଣ କହିଲେ ବିହାର ଡିଜିପି

ପାଟନା: ବୁଧବାର ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ବେଶ ଉତ୍ସାହିତ ହୋଇପଡ଼ିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ସେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କର କୌଣସି କଥା କହିବାକୁ ଔକାତ ନାହିଁ ବୋଲି କହିଥିଲେ।

ରିୟା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପଦକ୍ଷେପକୁ ନିନ୍ଦା କରିଥିବାରୁ ଡିଜିପି ପାଣ୍ଡେ ଏଭଳି ଔକାତ ନାହିଁ ଶବ୍ଦର ପ୍ରୟୋଗ କରିଥିଲେ। ତେବେ ଏହାକୁ ନେଇ ବିବାଦ ଉପୁଜିବାରୁ ଡିଜିପି ପାଣ୍ଡେ ଆଜି ଏହାର ସ୍ପଷ୍ଟୀକରଣ ରଖିଛନ୍ତି।

ସେ କହିଛନ୍ତି, ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ ହେଉଛନ୍ତି ରିୟା ଚକ୍ରବର୍ତ୍ତୀ। ଜଣେ ଅଭିଯୁକ୍ତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମ୍ପର୍କରେ ପ୍ରତିକ୍ରିୟା ଦେଇଥିଲେ। ତେଣୁ ମୁଁ ଔକାତ ଶବ୍ଦର ପ୍ରୟୋଗ କରିଥିଲି। ଔକାତର ଇଂରାଜୀ ଅର୍ଥ ହେଲା stature ବା ନୈତିକ। ତେଣୁ ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ କମେଣ୍ଟ କରିବାର stature ରିୟାଙ୍କର ନାହିଁ ବୋଲି ମୁଁ କହିଥିଲି।

ସେ ମନେ ରଖିବା ଦରକାର ଯେ ସୁଶାନ୍ତଙ୍କ ମୃତ୍ୟୁରେ ରୁଜୁ ହୋଇଥିବା ଏଫଆଇଆରରେ ରିୟା ଜଣେ ଅଭିଯୁକ୍ତ। ସେହି ଏଫଆଇଆର ମୋ ପାଖରେ ଥିଲା ଏବେ ସିବିଆଇ ନେଇଛି। ଯଦି କୌଣସି ରାଜନେତା ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ କମେଣ୍ଟ କରିଥାଆନ୍ତେ, ତା’ହେଲେ ଏହା ଉପରେ ମୁଁ କେବେ ହେଲେ କମେଣ୍ଟ କରି ନଥଆନ୍ତି।

କିନ୍ତୁ ଯଦି ଜଣେ ଅଭିଯୁକ୍ତ ଭିତ୍ତିହୀନ ମନ୍ତବ୍ୟ ବିହାର ମୁଖ୍ୟମନ୍ତ୍ରୀଙ୍କ ଉପରେ ଦେବେ, ତା’ହେଲେ ଏହା ଗ୍ରହଣୀୟ ନୁହେଁ। ସେ ଏହି ଲଢ଼େଇ ଆଇନ ଉପାରେ ଲଢ଼ିବା ଦରକାର ବୋଲି ସେ କହିଛନ୍ତି।

The post ‘ରିୟାଙ୍କ ଔକାତ ନାହିଁ’ ଶବ୍ଦ କହିବା ପଛର କାରଣ କହିଲେ ବିହାର ଡିଜିପି appeared first on Odisha Reporter.



from Odisha Reporter https://ift.tt/3l1sPLf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages