ହାଇକୋର୍ଟ କହିଲେ, ଗଣେଶ ପୂଜା ନିଷ୍ପତ୍ତି ନେବେ ସ୍ଥାନୀୟ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 20, 2020

ହାଇକୋର୍ଟ କହିଲେ, ଗଣେଶ ପୂଜା ନିଷ୍ପତ୍ତି ନେବେ ସ୍ଥାନୀୟ ଅଧିକାରୀ

କଟକ(ଓଡ଼ିଶା ରିପୋର୍ଟର): ଆଉ  ୨ ଦିନ ପରେ ଗଣେଶ ପୂଜା। ହେଲେ ଚଳିତ ବର୍ଷ ମଣ୍ଡପରେ ଗଜାନନଙ୍କୁ ଦେଖିବାକୁ ସୁଯୋଗ ଭକ୍ତ ପାଇବେ ନା ନାହିଁ ସେ ନେଇ କିଛି ଚୂଡାନ୍ତ ନିଷ୍ପତ୍ତି ହୋଇପାରି ନାହିଁ। ଏଥିନିମନ୍ତେ ସ୍ଥାନୀୟ ଅଧିକାରୀଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ। ଗଣେଶ ପୂଜା  ନିମନ୍ତେ ଅନୁମତି ପାଇବାକୁ ସଂପୃକ୍ତ ସ୍ଥାନୀୟ ଅଧିକାରୀଙ୍କ ପାଖକୁ ଯିବାକୁ ଆବେଦନକାରୀଙ୍କୁ କହିଛନ୍ତି କୋର୍ଟ।

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଆଖି ଆଗରେ ରଖି  ଦ୍ୱୈତନଗରୀ ମଣ୍ଡପରେ ଗଣେଶ ପୂଜା ଉପରେ କମିଶନରେଟ୍‌ ପୁଲିସ ରୋକ ଲଗାଇଥିବା ବେଳେ ଏହାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ସ୍ଥାନୀୟ ଅଧିକାରୀଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି। ହାଇକୋର୍ଟ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦେଖି ପ୍ରଶାସନର ଅଧିକାରୀ ନିଷ୍ପତ୍ତି ନେବେ। ସେ ଚାହିଁଲେ ପୂଜା ପାଇଁ ଅନୁମତି ଦେଇପାରିବ। ଯଦି ପୂଜା ପାଇଁ ପରିସ୍ଥିତି ଠିକ୍ ନ ଥିବ, କରୋନା ବ୍ୟାପିବାର ଆଶଙ୍କା ଥିବ, ତେବେ ସେ ଅନୁମତି ଦେବେ ନାହିଁ।

ଟୁଇନ ସିଟି କଟକ-ଭୁବନେଶ୍ୱରରେ ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ଏପରି ସ୍ଥିତିରେ ମଣ୍ଡପ ଓ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା କରିବାକୁ ନେଇ କଟକ ମହାନଗର ନିଗମ ଓ ଭୁବନେଶ୍ୱର ମହାନଗର ନିଗମ ଚିନ୍ତାରେ ପଡ଼ି ଯାଇଥିଲେ। ଏପରି ସମୟରେ ଗଣେଶ ପୂଜା ନକରିବାକୁ କମିଶନରେଟ୍‌ ପୁଲିସ ନିଷ୍ପତ୍ତି ନେଇଥିଲା। ମାତ୍ର ଏଥିପାଇଁ ପୁଲିସ କୌଣସି ପୂଜା କମିଟି ସହିତ ଆଲୋଚନା କରି ନ ଥିବାରୁ ଏହାକୁ ନେଇ ଗଣେଶ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଏହାକୁ ବିରୋଧ କରି କଟକ ବୁଢ଼ା ଗଣେଶ ପୂଜା କମିଟି ସଭାପତି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା କରିଥିଲେ। ମଣ୍ଡପରେ ପୂଜା କରାନଯିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଏଥିରେ ମୁଖ୍ୟସଚିବ, SRC, ପୁଲିସ କମିଶନର, କଟକ ଜିଲ୍ଲାପାଳ, ଡିସିପି ଓ ସିଏମ୍‌ସି କମିଶନରଙ୍କୁ ପକ୍ଷଭୁକ୍ତ କରିଥିଲେ। ଦ୍ୱୈତନଗରୀର ସମସ୍ତ ପୂଜା ମଣ୍ଡପରେ ଗଣେଶ ପୂଜା କରିବା ପାଇଁ ଅନୁମତି ଦେବାକୁ ଅପିଲ  ମଧ୍ୟ କରିଥିଲେ।

ହେଲେ ଏବେ ହାଇକୋର୍ଟଙ୍କ ରାୟ ପରେ ପ୍ରଭୁ ବିଘ୍ନ ବିନାଶନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେବେ ନା ନିରାଶ କରିବେ ତାକୁ ନେଇ କଳ୍ପନାଜଳ୍ପନା  ଲାଗି ରହିଛି।

The post ହାଇକୋର୍ଟ କହିଲେ, ଗଣେଶ ପୂଜା ନିଷ୍ପତ୍ତି ନେବେ ସ୍ଥାନୀୟ ଅଧିକାରୀ appeared first on Odisha Reporter.



from Odisha Reporter https://ift.tt/34c9VLI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages