ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ଟଙ୍କା, ସୁନା ସହ ମିଳିଲା ବନ୍ଧୁକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 17, 2020

ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ଟଙ୍କା, ସୁନା ସହ ମିଳିଲା ବନ୍ଧୁକ

କଟକ(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକସ୍ଥିତ ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କ ବାସଭବନରେ ଭିଜିଲାନ୍ସ ରେଡ୍ ଚାଲିଛି । ରାଜ୍ୟ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ କଟକ ତୁଳସୀପୁରସ୍ଥିତ ମହୁମାଛି ଗଳିରେ ଥିବା ଅବସରପ୍ରାପ୍ତ ରେଞ୍ଜରଙ୍କ ବାସଭବନରେ ଘରେ  ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି।

ଭିଜିଲାନ୍ସର ୫ ଟି ଟିମ୍   ଅବସରପ୍ରାପ୍ତ ରେଞ୍ଜର ଅଭୟଙ୍କ ଘର କଟକ ଘର ସମେତ ଭୁବନେଶ୍ୱରରେ ଥିବା ୩ ମହଲା ବିଲ୍ଡିଂ, ବାଲୁଗାଁସ୍ଥିତ କାର୍ଯ୍ୟାଳୟ,  ବଙ୍ଗଳପୁରସ୍ଥିତ ନିଜ ଘର, ଶ୍ୱଶୁର ଘର, ଭୁବନେଶ୍ୱରରେ ଥିବା ତାଙ୍କ ଘରେ ମଧ୍ୟ ରେଡ୍ ଜାରି ରଖିଛନ୍ତି । କଟକସ୍ଥିତ ବାସଭବନରୁ ରେଡ୍ ସମୟରେ ଅନେକ ଆସବାପତ୍ର, ଟଙ୍କା,ସୁନା,ଜମି ଓ ୨ଟି ବନ୍ଧୁକ ଠାବ ହୋଇଛି। ଠାବ ହୋଇଥିବା ସମସ୍ତ ସଂପତ୍ତିର ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଥିବା ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନର ଆଡିସନାଲ ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜବତ ବନ୍ଧୁକର ଲାଇସେନ୍ସ ନ ଥିଲେ ଅନ୍ୟ ଏକ ମାମଲା ରୁଜୁ ହେବ ବୋଲି କହିଛନ୍ତି ଆଡିସନାଲ ଏସ୍‌ପି।

ଏହା ପୂର୍ବରୁ ମଧ୍ୟ ଭିଜିଲାନ୍ସ ରେଡ୍‌ର ସାମ୍ନା କରିଥିବା ଅଭୟ  ନିଜ ବିରୋରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅପରପକ୍ଷେ ଭିଜିଲାନ୍ସର ସମସ୍ତ ତଦନ୍ତକୁ ସହଯୋଗ କରିବେ ବୋଲି କହିଛନ୍ତି ଅବସର ପ୍ରାପ୍ତ ରେଞ୍ଜ ଅଫିସର୍ ଅଭୟ କୁମାର ଜେନା।

The post ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ; ଟଙ୍କା, ସୁନା ସହ ମିଳିଲା ବନ୍ଧୁକ appeared first on Odisha Reporter.



from Odisha Reporter https://ift.tt/3iRf7bM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages