୩ କୋଟିର ଅଫର୍‌କୁ ରୋକ୍‌ଠୋକ୍ ମନା କରିଦେଲେ ଜେନିଫର୍ ୱିନ୍‌ଗେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 17, 2020

୩ କୋଟିର ଅଫର୍‌କୁ ରୋକ୍‌ଠୋକ୍ ମନା କରିଦେଲେ ଜେନିଫର୍ ୱିନ୍‌ଗେଟ୍

ମୁମ୍ୱାଇ: ବିଗ୍ ବସ୍‌-୧୪ ପାଇଁ ନିର୍ମାତାଙ୍କୁ ଏବେ ପ୍ରତିଯୋଗୀ ଖୋଜିବା ବଡ଼ ଚ୍ୟାଲେଞ୍ଜ ହୋଇଯାଇଛି। ଟିଭି ତାରକାଙ୍କୁ ବିଗ୍ ବସ୍‌-୧୪ରେ ସାମିଲ କରିବା ପାଇଁ ନିର୍ମାତା ଚାହୁଁଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଏଥିରେ ସାମିଲ ହେବାକୁ ରୋକଠୋକ୍‌ ମନା କରିଦେଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଛୋଟ ପରଦାର ବଡ଼ ଅଭିନେତ୍ରୀ ଜେନିଫର୍‌ ୱିନ୍‌ଗେଟ୍‌।

ରିପୋର୍ଟ ଅନୁସାରେ‘ବିଗ୍ ବସ୍- ୧୪ରେ ସାମିଲ ହେବା ପାଇଁ ଜେନିଫର୍‌ଙ୍କୁ ନିର୍ମାତା ୩ କୋଟି ଟଙ୍କା ଅଫର୍‌ କରିଥିଲେ। ତଥାପି ସେ  ଏଥିରେ ଭାଗ ନେବାକୁ ସଫା ସଫା ମନା କରିଦେଇଛନ୍ତି। ଏହା ପୂର୍ବ ସିଜନ୍‌ରେ ମଧ୍ୟ ଜେନିଫର୍‌ ବିଗ୍‌ ବସ୍‌ର ଅଫର୍‌କୁ ଗ୍ରହଣ କରି ନଥିଲେ।

ଅନ୍ୟପକ୍ଷରେ ଜେନିଫର୍‌ଙ୍କ କୋ-ଷ୍ଟାର୍ ଶିବିନ୍‌ ନାରଙ୍ଗ ବିଗ୍ ବସ୍‌-୧୪ରେ ଭାଗ ନେବା ପାଇଁ ରାଜି ହୋଇଛନ୍ତି। ଗତବର୍ଷ ବିଗ୍ ବସ୍‌ରେ ଭାଗ ନେବା ପାଇଁ ଶିବିନ୍‌ଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସିରିଏଲ୍‌ ‘ବେହଦ୍‌-୨’ ପାଇଁ ସେ ଏହାକୁ ଗ୍ରହଣ କରି ନଥିଲେ।

ଏହା ପୂର୍ବରୁ ସୂଚନା ଆସିଥିଲା ଯେ ଟେଲି ସିରିଏଲ୍‌ ‘ହମାରୀ ବହୁ ସିଲ୍କ’ର ଫେମ୍‌ ଚାହତ ପାଣ୍ଡେଙ୍କୁ ମଧ୍ୟ ବିଗ୍‌ ବସ୍‌-୧୪ ପାଇଁ ଅଫର୍ ଦିଆଯାଇଥିଲା। ହେଲେ ସେ ମନା କରି ଦେଇଥିଲେ। ଚାହତଙ୍କର କହିବା ଅନୁସାରେ ସେ ଏବେ ବିଗ୍‌ ବସ୍‌ରେ ଭାଗ ନେବା ପାଇଁ ପ୍ରସ୍ତୁତ ନାହାନ୍ତି। ଆଉ  ଦୁଇ ବର୍ଷ ପରେ ସେ ଏହି ଶୋ’ରେ ଭାଗ ନେବା ପାଇଁ ପସନ୍ଦ କରିବେ। ଏବେ ସେ କେବଳ ସିରିଏଲ୍ ଉପରେ ଫୋକସ୍‌ କରିବାକୁ ଚାହାଁନ୍ତି।

ଅନ୍ୟପକ୍ଷରେ ସୂଚନା ଅନୁଯାୟୀ, ଟେଲିଭିଜନ୍ ଅଭିନେତ୍ରୀ ନିୟା ଶର୍ମା ‘ବିଗ୍ ବସ୍-୧୪’ରେ ପ୍ରତିଯୋଗୀ ଭାବେ ଭାଗ ନେବା ପାଇଁ ରାଜି ହୋଇଯାଇଛନ୍ତି। ଗତ କିଛି ବର୍ଷ ହେବ ‘ବିଗ୍ ବସ୍‌’ ନିର୍ମାତା ଏଥିରେ ଭାଗ ନେବାକୁ ନିୟାଙ୍କୁ ପ୍ରସ୍ତାବ ଦେଇ ଆସୁଥିଲେ।  ହେଲେ ପ୍ରତିଥର ସେ ମନା କରି ଦେଇଥିଲେ। କିନ୍ତୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏଥର ସେ ନିର୍ମାତାଙ୍କୁ ନିରାଶ କରି ନାହାନ୍ତି। ନିର୍ମାତା ବେଶ୍ କିଛି ମାସ ହେବ ତାଙ୍କ ସହିତ ଯୋଗାଯୋଗରେ ଥିଲେ। ତେବେ ସେତେବେଳେ ‘ନାଗୀନ ୪’କୁ ନେଇ ନିୟା ବ୍ୟସ୍ତ ଥିଲେ। ତେଣୁ ନିର୍ମାତାଙ୍କ ପ୍ରସ୍ତାବରେ ହଁ ଭରି ନଥିଲେ। କିନ୍ତୁ ‘ନାଗୀନ ୪’ ଏବେ ବନ୍ଦ ହୋଇଯାଇଛି। ତେଣୁ ତିନି ମାସ ପାଇଁ ‘ବିଗ୍ ବସ୍’ ଘରେ ଲକ୍ ହେବା ପାଇଁ ରାଜି ହୋଇଯାଇଛନ୍ତି ନିୟା ଶର୍ମା।

ବିଗ୍ ବସ୍-‌୧୪ର ପ୍ରୋମୋ ଆସିଯାଇଛି। ଏହାକୁ ସଲ୍‌ମାନ୍ ଖାନ୍‌ଙ୍କ ପନୱେଲ୍ ସ୍ଥିତ ଫାର୍ମହାଉସ୍‌ରେ ଶୁଟ୍ କରାଯାଇଛି। ତେବେ ଏଥର ‘ବିଗ୍ ବସ୍’ର ନିୟମରେ କିଛି ପରିବର୍ତ୍ତନ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ସମସ୍ତ ପ୍ରତିଯୋଗୀଙ୍କ କୋଭିଡ୍-୧୯ ଟେଷ୍ଟ୍ କରାଯିବ। ସେହିଭଳି ଶୋ’ ଚାଲିବା ଭିତରେ ଯଦି କାହାର ସ୍ୱାସ୍ଥ୍ୟ ଖରାପ ହେଲା, ତା’ହେଲେ ତାଙ୍କୁ ବାହାର କରି ଦିଆଯିବ।

 

The post ୩ କୋଟିର ଅଫର୍‌କୁ ରୋକ୍‌ଠୋକ୍ ମନା କରିଦେଲେ ଜେନିଫର୍ ୱିନ୍‌ଗେଟ୍ appeared first on Odisha Reporter.



from Odisha Reporter https://ift.tt/313ukAE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages