ରିଆଙ୍କ କଥାକୁ ଖଣ୍ଡନ କଲେ ଅଙ୍କିତା, ଇନ୍‌ଷ୍ଟାରେ କଲେ ଏମିତି ପୋଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 28, 2020

ରିଆଙ୍କ କଥାକୁ ଖଣ୍ଡନ କଲେ ଅଙ୍କିତା, ଇନ୍‌ଷ୍ଟାରେ କଲେ ଏମିତି ପୋଷ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ସିବିଆଇର ଖୋଳତାଡ଼ ଜାରି ରହିଛି। ଗତକାଲି ସୁଶାନ୍ତଙ୍କ  ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ସିବିଆଇ ପ୍ରାୟ ୧୦ ଘଣ୍ଟା ଧରି ଜେରା କରିଥିବା ବେଳେ ପୁଣି ସମନ ଜାରି କରିଛି।

ଅନ୍ୟପକ୍ଷରେ ସିବିଆଇ ଜେରାର ସମ୍ମୁଖୀନ ହେବା ପୂର୍ବରୁ ରିଆ ଦେଇଥିବା କିଛି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ତଥା ଏକଦା ସୁଶାନ୍ତଙ୍କ ପ୍ରେମିକା ଥିବା ଅଙ୍କିତା ଲୋଖଣ୍ଡେ। ଏଥିରେ ସେ ରିଆଙ୍କ ଦାବିକୁ ଖଣ୍ଡନ କରିଛନ୍ତି।

ଇନ୍‌ଷ୍ଟାଗ୍ରାମ୍‌ରେ ଅଙ୍କିତା ଏକ ପୋଷ୍ଟ କରି କହିଛନ୍ତି, ‘୨୦୧୬ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଠାରେ ଡିପ୍ରେସନ୍‌ର କୌଣସି ସ୍ଥିତି ଦେଖିବାକୁ ମିଳି ନଥିଲା ଓ ସେ କେବେ କୌଣସି ମାନସିକ ରୋଗ ବିଶେଷଜ୍ଞ ପାଖକୁ ଯାଇ ନଥିଲେ। ସେ ସମ୍ପୂର୍ଣ୍ଣ ଭାବେ ଠିକ୍‌ ଥିଲେ।

ବ୍ରେକ୍‌ଅପ୍ ପରେ ସୁଶାନ୍ତ ଓ ମୁଁ ଯୋଗାଯୋଗରେ ଥିଲୁ ବୋଲି ମୁଁ କୌଣସି ସ୍ଥାନରେ କହିନାହିଁ। ‘ମଣିକର୍ଣ୍ଣିକା’ର ଶୁଟିଂ ବେଳେ ସୁଶାନ୍ତ ଏହାର ଏକ ପୋଷ୍ଟର ଉପରେ ପ୍ରତିକ୍ରିୟା ରଖିଥିଲେ। ସେହି ପୋଷ୍ଟରକୁ ଜଣେ ବନ୍ଧୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ। ଏହି ପ୍ରୋଜେକ୍ଟ ପାଇଁ ସେ ଶୁଭେଚ୍ଛା ଜଣାଇଥିଲେ ଓ ମୁଁ ସୌଜନ୍ୟତା ରକ୍ଷା କରି ପ୍ରତିକ୍ରିୟା ଦେଇଥିଲି। ତେଣୁ ସୁଶାନ୍ତଙ୍କ ସହିତ ମୁଁ ଫୋନ୍‌ ମାଧ୍ୟମରେ ଯୋଗାଯୋଗ ରଖିଥିବା କଥା କହିଥିବା ନେଇ ରିଆ ଯେଉଁ ଦାବି କରିଛନ୍ତି, ତାକୁ ଖଣ୍ଡନ କରୁଛି।’

ଅଙ୍କିତା ଆହୁରି ଲେଖିଛନ୍ତି, ‘ଏପର୍ଯ୍ୟନ୍ତ ଯେତେ ସାକ୍ଷାତକାର ମୁଁ ଦେଇଛି, ସବୁଥିରେ କହିଛି ଯେ ଯେତେବେଳେ ସୁଶାନ୍ତ ଓ ମୁଁ ଏକାଠି ରହୁଥିଲୁ ସେତେବେଳେ ସେ କୌଣସି ପ୍ରକାର ଡିପ୍ରେସନ୍‌ରେ ନଥିଲେ। ଆମେ ସାଙ୍ଗ ହୋଇ ତାଙ୍କ ସଫଳତା ପାଇଁ ସ୍ୱପ୍ନ ଦେଖିଥିଲୁ। ମୁଁ ପ୍ରାର୍ଥନା କରିଥିଲି ଓ ସେ ସଫଳ ହୋଇଥିଲେ। ଏସବୁ ମୁଁ କହିଛି।

ଯେତେବେଳେ ରିଆଙ୍କ ବିଷୟରେ ମୋତେ ପ୍ରଶ୍ନ କରାଯାଇଛି ମୁଁ ସ୍ପଷ୍ଟ ଭାବେ କହିଛି ଯେ ମୁଁ ବାସ୍ତବରେ ତାଙ୍କୁ ଜାଣେ ନାହିଁ। ସେମାନଙ୍କ ସଂପର୍କ ବିଷୟରେ ବି ମୋତେ ଜଣାନାହିଁ। କାରଣ ମୁଁ ସେ ପ୍ରସଙ୍ଗକୁ ଗୁରୁତ୍ୱ ଦେଉ ନଥିଲି।’

ଏହା ସହିତ ଅଙ୍କିତା ଲେଖିଛନ୍ତି ଯେ ସେ ସେତେବେଳେ ମୁହଁ ଖୋଲିଲେ ଯେତେବେଳେ ଜଣଙ୍କ ମୃତ୍ୟୁ ଘଟିଲା। ଯଦି ତାଙ୍କୁ ସୁଶାନ୍ତଙ୍କ ସହିତ ଏକାଠି ରହିବା ବେଳର ଘଟଣାଗୁଡ଼ିକ ସଂପର୍କରେ କେହି ପ୍ରଶ୍ନ କରିବେ, ତା’ହେଲେ ସେ ସବୁ ସତ କହିବେ। ସେ ଲେଖିଛନ୍ତି ଯେ ଫ୍ଲାଟ୍‌କୁ ନେଇ ଯେଉଁ କଥା ଉଠିଥିଲା, ସେ ସଂପର୍କରେ ସ୍ପଷ୍ଟୀକରଣ ଦିଆସରିଛି।

ଅଙ୍କିତା ଲେଖିଛନ୍ତି, ‘ମୁଁ ସତ୍ୟ ସହ ରହିଛି। ସୁଶାନ୍ତଙ୍କ ପରିବାରକୁ ଲାଗେ ରିଆ ହିଁ ତାଙ୍କୁ ଅନ୍ତ ଆଡକୁ ନେଇଯାଇଥିଲେ। ମୁଁ ସୁଶାନ୍ତଙ୍କ ପରିବାର ସହିତ ରହିଛି ଏବଂ ଶେଷ ପର୍ଯ୍ୟନ୍ତ ସେମାନଙ୍କ ସହ ହିଁ ରହିବି।’

 

 

The post ରିଆଙ୍କ କଥାକୁ ଖଣ୍ଡନ କଲେ ଅଙ୍କିତା, ଇନ୍‌ଷ୍ଟାରେ କଲେ ଏମିତି ପୋଷ୍ଟ appeared first on Odisha Reporter.



from Odisha Reporter https://ift.tt/2QDzZak

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages