ସୁଶାନ୍ତଙ୍କୁ ମନେ ପକାଇ ଭିଡିଓ ପୋଷ୍ଟ କଲେ ରାଇନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

ସୁଶାନ୍ତଙ୍କୁ ମନେ ପକାଇ ଭିଡିଓ ପୋଷ୍ଟ କଲେ ରାଇନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ଏବେ ସିବିଆଇ ତଦନ୍ତ ଚାଲିଛି। ଏହାକୁ ନେଇ ପ୍ରତିଦିନ ଚର୍ଚ୍ଚା ଚାଲିଛି। ସେହିପରି ଏ ଘଟଣା ନେଇ ଦୈନିକ ନୂଆ ନୂଆ କଥା ଶୁଣିବାକୁ ମିଳୁଛି। ତା’ସହିତ ସୋଶାଲ୍ ମିଡିଆରେ ସୁଶାନ୍ତଙ୍କୁ ମନେ ପକାଇ ତାଙ୍କ ଫ୍ୟାନ୍‌ମାନେ ବିଭିନ୍ନ ପ୍ରକାର ପୋଷ୍ଟ କରୁଛନ୍ତି। ଅନେକ ସେଲେବ୍ରିଟି ବି ସୁଶାନ୍ତଙ୍କୁ ମନେ ପକାଉଛନ୍ତି।

ଏହି କ୍ରମରେ ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ସଦସ୍ୟ ସୁରେଶ ରାଇନା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସୁଶାନ୍ତଙ୍କ ଫଟୋ ଦେଖିବାକୁ ମିଳୁଥିବା ବେଳେ ଏକ ଗୀତ ମଧ୍ୟ ଶୁଣିବାକୁ ମିଳୁଛି। ଗୀତଟି ସୁଶାନ୍ତଙ୍କ ଫିଲ୍ମ ‘କେଦାରନାଥ’ର। ଭିଡିଓଟିକୁ ଦେଖିଲେ ଯେକୌଣସି ଲୋକର ଆଖିରେ ଲୁହ ଆସିଯିବ।

ଏହି ଭିଡିଓ ପୋଷ୍ଟ କରିବା ସହିତ ସୁଶାନ୍ତଙ୍କ ଉଦ୍ଦେଶ୍ୟରେ ସୁରେଶ ରାଇନା କେଇପଦ କଥା ମଧ୍ୟ ଲେଖିଛନ୍ତି। ରାଇନା ଲେଖିଛନ୍ତି- ଭାଇ, ତୁମେ ସବୁବେଳେ ଆମ ହୃଦୟରେ ଜୀବିତ ରହିବ। ତୁମ ଫ୍ୟାନ୍‌ମାନେ ତୁମର ଅନୁପସ୍ଥିତିକୁ ବହୁମାତ୍ରାରେ ଅନୁଭବ କରୁଛନ୍ତି। ମୋର ଆମ ସରକାର ଓ ଏହାର ନେତୃତ୍ୱଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ଅଛି ଯେ ସେମାନେ ତୁମକୁ ନ୍ୟାୟ ଦେବେ। ତୁମେ ଜଣେ ସତ ପ୍ରେରଣା।


ସୁରେଶ ରାଇନା ତାଙ୍କର ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ୍ କରିଛନ୍ତି।

୧୦ ଘଣ୍ଟା ମଧ୍ୟରେ ରାଇନାଙ୍କ ଏହି ପୋଷ୍ଟକୁ ଲୋକେ ୪ ଲକ୍ଷ ୭୮ ହଜାର ୪୪୨ ଥର ଦେଖିସାରିଥିଲେ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ ତାରିଖରେ ସୁରେଶ ରାଇନା କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ତେବେ ସେ ଆଇପିଏଲ୍ ମ୍ୟାଚ୍ ଖେଳିବେ।

The post ସୁଶାନ୍ତଙ୍କୁ ମନେ ପକାଇ ଭିଡିଓ ପୋଷ୍ଟ କଲେ ରାଇନା appeared first on Odisha Reporter.



from Odisha Reporter https://ift.tt/2YvClN3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages