ରାଜ୍ୟରେ ଚିହ୍ନଟ ହେଲେ ୨୭୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 24, 2020

ରାଜ୍ୟରେ ଚିହ୍ନଟ ହେଲେ ୨୭୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୭୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୦୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୦୪୪ ଟି ହେଉଛି ଲୋକାଲ୍ କେସ୍‌।


୩୦ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ। ଏଠାରୁ ୪୨୩ ଜଣଙ୍କୁ ଚିହ୍ନଟ କରାଯାଇଛି।

କଟକରୁ ୨୪୭ ଜଣ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୨୧୭, ଗଞ୍ଜାମରୁ ୨୧୨, କୋରାପୁଟରୁ ୧୭୪, ମୟୂରଭଞ୍ଜରୁ ୧୩୭, ପୁରୀରୁ ୧୪୪, ରାୟଗଡ଼ାରୁ ୧୭୭ ଓ ବାଲେଶ୍ୱରରୁ ୧୨୯ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪,୨୩୧ରେ ପହଞ୍ଚିଥିବା ବେଳେ ୫୬,୯୨୪ ଜଣ ସୁସ୍ଥ ହୋଇସାରିଛନ୍ତି। ୨୬,୮୨୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନାରେ ୪୨୮ ଜଣଙ୍କର ମୃତ୍ୟୁ ଘଟିସାରିଛି।

The post ରାଜ୍ୟରେ ଚିହ୍ନଟ ହେଲେ ୨୭୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ସର୍ବାଧିକ appeared first on Odisha Reporter.



from Odisha Reporter https://ift.tt/3l9YlXz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages