ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ। ଆଜି ଦିନ ୧୧ଟା ୩୦ରେ ଫଳାଫଳ ପ୍ରକାଶ ପାଇବ। କରୋନା କଟକଣା ପାଇଁ ଗତବର୍ଷ ଅପେକ୍ଷା ଏଥର ୩ ମାସ ବିଳମ୍ବରେ ପ୍ରକାଶ ପାଇବାକୁ ଯାଉଛି ରେଜଲ୍ଟ।
ସେହିଭଳି ଚଳିତ ମାସ ଶେଷ ସପ୍ତାହରେ କଳା ଏବଂ ଧନ୍ଦା ମୂଳକ ଶିକ୍ଷା ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଗତ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପ୍ରକାଶ ପାଇ ସାରିଛି। ବାଣିଜ୍ୟ ଫଳ ପ୍ରକାଶ ନେଇ ପୂର୍ବରୁ ସୂଚନା ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
କରୋନା ସଂକ୍ରମଣ ଭୟ ଓ ଲକଡାଉନ୍ କଟକଣା ପାଇଁ ଚଳିତ ବର୍ଷ ଯୁକ୍ତ ଦୁଇ ଫଳାଫଳ ପ୍ରକାଶ ପାଇବାରେ ଅହେତୁକ ବିଳମ୍ବ ଘଟିଛି।
The post ଆଜି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ରେଜଲ୍ଟ appeared first on Odisha Reporter.
from Odisha Reporter https://ift.tt/3kWufq9
No comments:
Post a Comment