ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୦ ଲକ୍ଷ ପାର୍ ହେଲା କରୋନା ଟେଷ୍ଟ । ଗତକାଲି ରାଜ୍ୟରେ ଦିନକରେ ୫୦ ହଜାର ୫୨୫ ଟେଷ୍ଟିଂ କରାଯାଇଛି । ଏହାସହ ମୋଟ ଟେଷ୍ଟିଂ ସଂଖ୍ୟା ୧୦,୦୯୪୫୪ରେ ପହଞ୍ଚି ଯାଇଛି।
RTPCR, ଆଣ୍ଟିଜେନ୍ ଓ ଟ୍ରୁନଟ୍ ମାଧ୍ୟମରେ ସାମ୍ପଲ ପରୀକ୍ଷା କରାଯାଉଛି । ତେବେ RTPCRରେ ୫ ହଜାର ୧୦୬, ଆଣ୍ଟିଜେନ୍ ମାଧ୍ୟମରେ ୪୫ ହଜାର ୩୪୩, ଟ୍ରୁନଟ ଦ୍ୱାରା ୭୬ କରୋନା ଟେଷ୍ଟ କରାଯାଇଥିଲା । ରାଜ୍ୟରେ ମୋଟ ଟେଷ୍ଟିଂ ସଂଖ୍ୟା ୧୦ ଲକ୍ଷ ଟପିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।
ସୂଚନାଯୋଗ୍ୟ, ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪,୫୩୩ରେ ପହଞ୍ଚିଥିବା ବେଳେ ୪୩,୭୭୯ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଏବେ ୨୦,୩୩୯ ଆକ୍ଟିଭ କେସ୍ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚି ଯାଇଛି।
The post ରାଜ୍ୟରେ ୧୦ ଲକ୍ଷ ପାର୍ ହେଲା କରୋନା ଟେଷ୍ଟ appeared first on Odisha Reporter.
from Odisha Reporter https://ift.tt/3kXCEcS
No comments:
Post a Comment