ଛିଡ଼ା ହୋଇଥିଲା ଟ୍ରକ୍,‌ ପଛରେ ପିଟି ହେଲା କାର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 6, 2020

ଛିଡ଼ା ହୋଇଥିଲା ଟ୍ରକ୍,‌ ପଛରେ ପିଟି ହେଲା କାର୍

ଯାଜପୁର(ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ଏନ୍‌ଏଚ୍‌-୧୬ ରଥିଆ ଛକରେ ଏକ ଟ୍ରକ୍‌ ପଛରେ କାର୍‌ ପିଟି ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ୩ ଜଣ ପୁରୁଷ ହୋଇଥିବା ବେଳେ ସେମାନଙ୍କ ପରିଚୟ ଜଣା ପଡ଼ି ନାହିଁ। ସେମାନଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି।

ଆଜି ଭୋରରେ ଏହି ଦୁର୍ଘଟଣା ଘଟିଛି। ଏକ କାର୍‌ରେ ୫ ଜଣ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ  ଅଭିମୁଖେ ଯାଉଥିଲେ। ଏହି ସମୟରେ ରଥିଆ ଛକରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ସେମାନଙ୍କ କାର ପିଟି ହୋଇଥିଲା। ଫଳରେ କାର୍‌ରେ ଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ। ଧର୍ମଶାଳା ଡାକ୍ତରଖାନା ନେବା ବାଟରେ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୨ ଦୁଇ ଗୁରୁତରଙ୍କୁ  କଟକ ବଡ଼ ମେଡିକାଲକୁ ସ୍ଥାନନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଧର୍ମଶାଳା ଡାକ୍ତରଖାନା ପଠାଇବା ସହ ଗୁରୁତରଙ୍କୁ କଟକ ମେଡିକାଲ ପଠାଇଛି।

The post ଛିଡ଼ା ହୋଇଥିଲା ଟ୍ରକ୍,‌ ପଛରେ ପିଟି ହେଲା କାର୍ appeared first on Odisha Reporter.



from Odisha Reporter https://ift.tt/31t8FAU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages