ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୫୬ ହଜାରରୁ ଅଧିକ ପଜିଟିଭ,୯୦୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 6, 2020

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୫୬ ହଜାରରୁ ଅଧିକ ପଜିଟିଭ,୯୦୪ ମୃତ

ନୂଆଦିଲ୍ଲୀ: କ୍ରମାଗତ ୮ମ ଦିନ ପାଇଁ ଦେଶରେ ମହାମାରୀ କରୋନା ଭାଇରସରେ ୫୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରେକର୍ଡ ୫୬ ହଜାରରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଆଜି ଯାଏ ଦେଶରେ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ କରୋନାରେ ସଂକ୍ରମିତ ହୋଇ ନଥିଲେ। ତେବେ ବୁଧବାର କରୋନା ସବୁ ରେକର୍ଡ ଭାଙ୍ଗି ଦେଇଛନ୍ତି। ସେହିପରି ଦେଶରେ କରୋନା ୨୪ ଘଣ୍ଟାରେ ୯୦୪ ଜଣଙ୍କ ଜୀବନ ନେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୫୬,୨୮୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯,୬୪,୫୩୭ରେ ପହଞ୍ଚି ଯାଇଛି। ଗୋଟିଏ ଦିନରେ କରୋନା ୯୦୪ ଜଣଙ୍କ ମୁଣ୍ଡ ନେବାରୁ ମୋଟ ମୃତ୍ୟୁସଂଖ୍ୟା ୪୦ ହଜାର ପାର କରିଛି। ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁ ୪୦,୬୯୯ ଜଣଙ୍କ ଜୀବନ ଗଲାଣି।

ତେବେ ଆରୋଗ୍ୟ ହାର ମଧ୍ୟ ଦେଶରେ ସେହି ଅନୁପାତରେ ବୃଦ୍ଧି ପାଇଛି। ବୁଧବାର ଆଉ ୪୬,୧୨୧ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩, ୨୮,୩୩୬ରେ ପହଞ୍ଚି ଯାଇଛି। ଏବେ ୫,୯୫,୫୦୧ ଆକ୍ଟିଭ କେସ ରହିଛି। ଏହାର ଅର୍ଥ ଦେଶରେ ଆରୋଗ୍ୟ ହାର ୬୭.୧୯%ରେ ପହଞ୍ଚି ଯାଇଛି।

ଅନ୍ୟପକ୍ଷରେ ଦେଶରେ ଏଯାଏ ୨,୨୧,୪୯,୩୫୧ଟି ନମୁନା ପରୀକ୍ଷା ହୋଇଛି। ଗତକାଲି କେବଳ ୬,୬୪,୮୪୯ଟି ନମୁନା ପରୀକ୍ଷା ହୋଇଥିବା ଆଇସିଏମଆର ପକ୍ଷରୁ କୁହାଯାଇଛି।

The post ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୫୬ ହଜାରରୁ ଅଧିକ ପଜିଟିଭ,୯୦୪ ମୃତ appeared first on Odisha Reporter.



from Odisha Reporter https://ift.tt/3kf5QMd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages