ବିଜେପି ନେତାଙ୍କ ନାଁରେ ଫେକ୍‌ ଆଇଡି କରି ଲୋକଙ୍କୁ ଲୁଟୁଥିଲେ, ବନ୍ଧା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 8, 2020

ବିଜେପି ନେତାଙ୍କ ନାଁରେ ଫେକ୍‌ ଆଇଡି କରି ଲୋକଙ୍କୁ ଲୁଟୁଥିଲେ, ବନ୍ଧା ହେଲେ

ସୁନ୍ଦରଗଡ଼ (ବିଜୟ ବରୁଆ): ରାଜନେତାଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍ ଆଇଡି କରି ଲୋକଙ୍କଠାରୁ ହଜାର ହଜାର ଟଙ୍କା ଲୁଟି ଥିବା ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ନାଁ ଅମନ କୁମାର ଶର୍ମା। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଉଜ୍ଜ୍ୱଳପୁର ଅଞ୍ଚଳରେ।

ଅମନ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଏବଂ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ସ୍ୱାମୀ ଅଜୟ ପଟେଲଙ୍କ ନାଁରେ  ଫେକ୍‌ ଫେସବୁକ୍‌ ଆଇଡି ଖୋଲିଥିଲେ। ସେଥିରେ ସେମାନଙ୍କ ଫଟୋ ମଧ୍ୟ ରଖିଥିଲେ। ଆଉ ସୁନ୍ଦରଗଡ଼ ଅଞ୍ଚଳର ଲୋକଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲେ। ଯଦି କେହି ତାଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରୁଥିଲେ, ସେ ସଙ୍ଗେ ସଙ୍ଗେ ତାଙ୍କ ପାଖକୁ ମେସେଜ୍ ପଠାଉଥିଲେ ଓ ଟଙ୍କା ମାଗୁଥିଲେ। ନିଜର ଜଣେ ଚିହ୍ନା ପରିଚିତ ଲୋକ ଅସୁବିଧାରେ ଥିବା ଦର୍ଶାଇ ସେ ଟଙ୍କା ମାଗୁଥିଲେ। ତା’ସହିତ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବି ପଠାଇ ଦେଉଥିଲେ। ପୁଣି ସେହି ସବୁ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବି ମାଗୁଥିଲେ ଓ ସୁନ୍ଦରଗଡ଼ରେ ପହଞ୍ଚିବା ପରେ ଟଙ୍କା ଫେରାଇ ଦେବେ ବୋଲି କହୁଥିଲେ।

ନିଜ ଅଞ୍ଚଳର ନେତା ମାଗୁଛନ୍ତି ଓ ଦରକାର ଥିବା ଭାବି ଅନେକ ଲୋକ ତାଙ୍କୁ ଟଙ୍କା ଦେଇଥିଲେ। ତେବେ ଏମିତି ବାରମ୍ବାର ଫେସ୍‌ବୁକ୍ ମାଧ୍ୟମରେ ସେ ଟଙ୍କା ମାଗିବା ପରେ କିଛି ଲୋକ ଏହି ଦୁଇ ରାଜନେତାଙ୍କୁ ଏ ବିଷୟରେ କହିଥିଲେ। ହେଲେ ସେମାନେ କାହାକୁ ଟଙ୍କା ମାଗି ନଥିବା କହିଥିଲେ। ତା’ସହିତ ଦୁଇ ନେତା ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ସୁନ୍ଦରଗଡ଼ ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ କରିଥିଲା। ପୁଲିସ୍‌ ଏହି ଘଟଣାରେ ଗତକାଲି ଅମନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  କେବଳ ଏହି ଦୁଇ ନେତା ନୁହନ୍ତି,  ଆହୁରି ଅନେକ ଲୋକଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍ ଆଇଡ୍‌ ତିଆରି କରି ସେ ଲୋକଙ୍କୁ ଲୁଟିଥିବା ଜଣାପଡ଼ିଛି।

The post ବିଜେପି ନେତାଙ୍କ ନାଁରେ ଫେକ୍‌ ଆଇଡି କରି ଲୋକଙ୍କୁ ଲୁଟୁଥିଲେ, ବନ୍ଧା ହେଲେ appeared first on Odisha Reporter.



from Odisha Reporter https://ift.tt/3koQsgl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages