ଯାଜପୁର (ଗୁଲାମ ଗସ): ଯାଜପୁର ଜିଲ୍ଲା ଭାଲୁଖାଇ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋର ପ୍ରାୟ ୩ଟା ବେଳେ ଏକ କଣ୍ଟେନର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
କଣ୍ଟେନରଟି କଟକରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଆମ୍ବ ବୋଝେଇ ଟ୍ରକ ସହିତ ଭାଲୁଖାଇ ନିକଟରେ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିର ଡ୍ରାଇଭର ଓ ହେଲ୍ପର ଗୁରୁତର ଆହତ ହୋଇଛନ୍ତି।
ଧର୍ମଶାଳା ପୁଲିସ୍ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲା। ସେମାନଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
The post କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା appeared first on Odisha Reporter.
from Odisha Reporter https://ift.tt/3koZVEt
No comments:
Post a Comment