ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ୨ଟି ବ୍ଲକ ସମେତ ୨ NACକୁ ସମ୍ପୂର୍ଣ୍ଣ ଶଟଡାଉନ୍ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୭ଟାରୁ ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଶଟଡାଉନ୍ କଟକଣା ବଳବତ୍ତର ରହିବ।
ଜିଲ୍ଲାର ଚିଲିକା ଓ ବାଣପୁର ବ୍ଲକ ସମେତ ବାଲୁଗାଁ ଓ ବାଣପୁର NACରେ ଶଟଡାଉନ୍ କଟକଣା ଲାଗୁ କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ପ୍ରଶାସନ ଏପରି ପଦକ୍ଷେପ ନେଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ସମସ୍ତ ଦୋକାନ, ବଜାର ବନ୍ଦ ରହିବ।
The post ଖୋର୍ଦ୍ଧା ଜିଲ୍ଲାର ୨ ବ୍ଲକ ସମେତ ୨NAC ଶଟଡାଉନ୍ appeared first on Odisha Reporter.
from Odisha Reporter https://ift.tt/33TL0fw
No comments:
Post a Comment