ଡ୍ରଗ୍‌ ଟେଷ୍ଟ ପାଇଁ ସାମ୍ପଲ ଦିଅନ୍ତୁ ରଣବୀର କପୁର ଏବଂ ରଣବୀର ସିଂହ: କଙ୍ଗନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 2, 2020

ଡ୍ରଗ୍‌ ଟେଷ୍ଟ ପାଇଁ ସାମ୍ପଲ ଦିଅନ୍ତୁ ରଣବୀର କପୁର ଏବଂ ରଣବୀର ସିଂହ: କଙ୍ଗନା

ମୁମ୍ବାଇ: ନିଜ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ନାୟିକା କଙ୍ଗନା ଏବେ ପୁଣି ମୁହଁ ଖୋଲିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସ ପ୍ରସଙ୍ଗ ଆସିବା ପରେ କଙ୍ଗନା ଏହି ବିଷୟରେ ମଧ୍ୟ ମତ ରଖିଛନ୍ତି। କିଛି ବଲିଉଡ୍‌ କଳାକାର ଡ୍ରଗ୍ସ ନେଉଥିବା ନେଇ ଗୁଜବ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବାକୁ କଙ୍ଗନା ଦାବି କରିଛନ୍ତି।

ବୁଧବାର ତାଙ୍କ ଟ୍ୱିଟର ହ୍ୟାଣ୍ଡଲରୁ ଏଭଳି ଆଶ୍ଚର୍ଯ୍ୟ କଲାଭଳି ବୟାନ ଦେଇଛନ୍ତି। ସେ କହିଛନ୍ତି, ରଣବୀର ସିଂହ, ରଣବୀର କପୁର, ଆୟନ୍‌ ମୁଖାର୍ଜୀ ଏବଂ ବିକି କୌଶିକ୍ ଡ୍ରଗ୍ସଟେଷ୍ଟ ପାଇଁ ରକ୍ତ ନମୁନା ଦେବାକୁ ମୁଁ ଅନୁରୋଧ କରୁଛି। ଗୁଜବ ହେଉଛି କି ସେମାନେ କୋକେନ୍‌ ନିଶାଖୋର, ମୁଁ ଚାହୁଁଛି ସେମାନେ ଏହି ଗୁଜବର ସତ ସାମ୍ନାକୁ ଆଣନ୍ତୁ। ଏହି ଯୁବକମାନେ ସ୍ୱଚ୍ଛ ନମୁନା ଉପସ୍ଥାପନ କରି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ସାଜିପାରିବେ।

କଙ୍ଗନା ଆହୁରି ମଧ୍ୟ ପିଏମ୍‌ଓକୁ ଟ୍ୟାଗ୍‌ କରି ଲେଖିଛନ୍ତି, “ମୁଭି ମାଫିଆର ମୁଖ୍ୟ ଆସାମୀ ହେଉଛନ୍ତି କରଣ ଜୋହର। ବହୁତ ଜୀବନ ଓ କ୍ୟାରିଅର ନଷ୍ଟ କରିବାପରେ ସେ ଖୋଲାରେ ବୁଲୁଛନ୍ତି। କିଛି ବି କାର୍ଯ୍ୟାନୁଷ୍ଠାନ ହେଉନି।”

The post ଡ୍ରଗ୍‌ ଟେଷ୍ଟ ପାଇଁ ସାମ୍ପଲ ଦିଅନ୍ତୁ ରଣବୀର କପୁର ଏବଂ ରଣବୀର ସିଂହ: କଙ୍ଗନା appeared first on Odisha Reporter.



from Odisha Reporter https://ift.tt/3jGNnr1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages