ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଝରଣାରେ ପଥର ସନ୍ଧିରେ ଫସିଯାଇଛି ଏକ ୫ ବର୍ଷର। ତା’ ଗୋଡ଼ ପଥର ସନ୍ଧିରେ ଫସିଯାଇଛି। ତାକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ଦୁଇ ଘଣ୍ଟା ହେଲାଣି ପିଲାଟିକୁ ଉଦ୍ଧାର କରିବାକୁ ଓଡ୍ରାଫ୍ ଟିମ୍ ଚେଷ୍ଟା କରୁଥିଲେ ସୁଦ୍ଧା, ସେଥିରେ ସେମାନେ ସଫଳ ହୋଇ ନାହାନ୍ତି।ଏମିତି ଏକ ଘଟଣା ଆଜି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ପୁରୁଣା କଟକର ବୁରୁଗୁଡ଼ା ଗାଁରେ।
ସୂଚନା ଅନୁଯାୟୀ, ଗାଁର ନୀଳମଣି ନାୟକ ଆଜି ସକାଳେ ଆଉ କିଛି ପିଲାଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ତାଙ୍କ ଗୋଡ଼ ପଥର ସନ୍ଧିରେ ରହିଯାଇଥିଲା। ସେ ସେଥିରୁ ଆଉ ବାହାରି ପାରି ନଥିଲେ। ଏହା ଦେଖି ଅନ୍ୟ ପିଲାମାନେ ଗାଁ ଲୋକଙ୍କୁ ଡାକିଥିଲା। ଖବର ପାଇ ଓଡ୍ରାଫ୍ ଟିମ୍ ଆସିଥିଲା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ନୀଳମଣିଙ୍କୁ ଉଦ୍ଧାର କରାଯାଇପାରି ନାହିଁ।
The post ଝରଣାରେ ପଥର ସନ୍ଧିରେ ଫସିଯାଇଛି ୫ ବର୍ଷର ଶିଶୁ appeared first on Odisha Reporter.
from Odisha Reporter https://ift.tt/3jHbeqf
No comments:
Post a Comment