ଟିଏମ୍‌ସି ଟଙ୍କା ନ ପାଇ ତିନି ଦିନ ହେଲେ ଧାରଣାରେ ବସିଛନ୍ତି ସରପଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 20, 2020

ଟିଏମ୍‌ସି ଟଙ୍କା ନ ପାଇ ତିନି ଦିନ ହେଲେ ଧାରଣାରେ ବସିଛନ୍ତି ସରପଞ୍ଚ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଟିଏମସିରେ ପ୍ରବାସୀଙ୍କ ପାଇଁ ଖର୍ଚ୍ଚ ବାବଦକୁ ଟଙ୍କା ମିଳି ନଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ର ସରପଞ୍ଚ ମାନେ ବ୍ଲକ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି।

ଏହି ସରପଞ୍ଚମାନେ ବ୍ଲକ କାର୍ଯ୍ୟାଳୟରେ ତିନି ଦିନ ହେବ ତାଲା ପକାଇ ଧାରଣାରେ ବସିଥିବା ବେଳେ ବକେୟା ଟଙ୍କା ନମିଳିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ,  ଭଣ୍ଡାରିପୋଖରୀ ବ୍ଲକରେ ୨୩ଟି ପଞ୍ଚାୟତ ରହିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କରୋନା ମହାମାରୀ ସମୟରେ ପ୍ରବାସୀଙ୍କ ରହିବା, ଖାଇବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲା ଯାଇଥିଲା । ଏହାର ଖର୍ଚ୍ଚ ସ୍ଥାନୀୟ ସରପଞ୍ଚ କରିଥିଲେ । ପରେ ବିଲ ପ୍ରସ୍ତୁତ କରି ବ୍ଲକ୍‌କୁ  ଦେଇଥିଲେ । କିଛି ଟଙ୍କା ସରପଞ୍ଚମାନଙ୍କୁ ମିଳିଥିଲା। ପରେ ସମ୍ପୂର୍ଣ ଖର୍ଚ୍ଚ ଟଙ୍କା ଦାବି କରି ଜିଲ୍ଲାପାଳଙ୍କୁ ସରପଞ୍ଚ ମାନେ ଦାବିପତ୍ର ଦେଇଥିଲେ । ହେଲେ ଟଙ୍କା ନମିଳିବାରୁ ସରପଞ୍ଚମାନେ ବ୍ଲକ କାର୍ଯ୍ୟାଳୟରେ  ତିନି ଦିନ ହେବ ତାଲା ପକାଇ ଧାରଣାରେ ବସିଛନ୍ତି।

ସରପଞ୍ଚ ମାନଙ୍କ ଦାବି  ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ  କରିଥିବା ଭଣ୍ଡାରିପୋଖରୀ ବିଡ଼ିଓଙ୍କ କହିଛନ୍ତି।

 

The post ଟିଏମ୍‌ସି ଟଙ୍କା ନ ପାଇ ତିନି ଦିନ ହେଲେ ଧାରଣାରେ ବସିଛନ୍ତି ସରପଞ୍ଚ appeared first on Odisha Reporter.



from Odisha Reporter https://ift.tt/2Hc12YV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages